ଛାଡ଼ଖାଇ ମାଡ଼, ଆମିଷ ବଜାରରେ ନିଆଁ
ଭୁବନେଶ୍ୱର: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପରେ ଆଜି ପାଳନ ହେଉଛି ଅସଲ ଛାଡ଼ଖାଇ । ପୂର୍ଣ୍ଣିମା ପରଦିନ ମଙ୍ଗଳବାରରେ ପଡ଼ୁଥିବାରୁ ଆଜି ବୁଧବାରରେ ଲୋକମାନେ ଛାଡ଼ଖାଇ ପାଳନ କରୁଛନ୍ତି । ଗାଁରୁ ସହର ଚାରିଆଡ଼େ କବଳିତ ହେବ ଆମିଷ ତରକାରୀ ବାସ୍ନା । ଏ ନେଇ ଆଜି ଆମିଷ ବଜାରରେ ଲାଗିଛି ନିଆଁ । ଲୋକଙ୍କ ଖଚାଖଚ ଭିଡ଼ ସାଙ୍ଗକୁ ଜମିଛି କିଣିବିକା । ଏଥିଲାଗି ଆଜି ମଟନ୍, ଚିକେନ୍ ଓ ମାଛ ଦୋକାନରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହେଉଛି ।

ଏପରିକି ରାଜଧାନୀରେ ଆଜି କୋଟି କୋଟି ଟଙ୍କାର ଆମିଷ କାରବାର ହେବ ବୋଲି ଆକଳନ କରାଯାଇଛି । ବୁଧବାର ଭୋରୁ ଲୋକେ ବିଭିନ୍ନ ଅଞ୍ଚଳରେ ଆମିଷ ମାର୍କେଟରେ ଭିଡ଼ ଜମାଇଛନ୍ତି । ଏପରିକି ଗ୍ରାହହଙ୍କ ଭିଡ ଓ ଚାହିଦା ଅନୁସାରେ, ରାଜଧାନୀରେ ଆମିଷ ଦର ବି ଟିକେ ଉଚ୍ଚା ରହିଛି । ୟୁନିଟ୍-4 ମାର୍କେଟରେ ଆଜି ମଟନ୍ ଦର କିଲୋ ପ୍ରତି 900 ଟଙ୍କା ଥିବା ବେଳେ କଙ୍କଡ଼ା 1200 ରୁ 1800 ଟଙ୍କା ରହିଛି । ଏପରିକି ଚିଙ୍ଗୁଡ଼ି ଦର ହଜାରେ ପାର୍ । ତେବେ ମାଛ ଦରରେ ଗତକାଲି ତୁଳନାରେ ବିଶେଷ ଫରକ୍ ନାହିଁ ।
ଛାଡଖାଇରେ ଭଲ ବ୍ୟବସାୟ ହେବ ବୋଲି ଆଶା ରଖିଛନ୍ତି ବ୍ୟବସାୟୀ । ସବୁଠୁ ବଡ଼ କଥା ହେଲା, ଗତକାଲି ମଙ୍ଗଳବାର ଥିବାରୁ କେତେକ ଲୋକେ ଆଜି ଆମିଷ କିଣୁଛନ୍ତି । ଫଲରେ ଭଲ ଦୁଇ ପଇସା ବ୍ୟବସାୟ ଆଶା ରଖିଛନ୍ତି ବ୍ୟବସାୟୀ ।
ବେପାରୀମାନେ ବି ବୁଧବାରକୁ ଦେଖି ସେହି ଅନୁସାରେ ମାଲ୍ ବରାଦ କରି ରଖିଥିଲେ । ଓଡ଼ିଶା ଛେଳି ଯଥେଷ୍ଟ ହେବ ନାହିଁ ବୋଲି ପୂର୍ବରୁ ପଶ୍ଚିମବଙ୍ଗରୁ ଛେଳି ଚାଲାଣ ହୋଇଥିଲା । ସେହିଭଳି ଆନ୍ଧ୍ରପ୍ରଦେଶରୁ ମାଛ ଓ ଚିକେନ୍ କିଛିଟା ଅଧିକ ପରିମାଣରେ ଆମଦାନି ହୋଇଥିବା ଜଣାଯାଇଛି ।
-
LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଶୀଘ୍ର କରନ୍ତୁ ଏହି କାମ -
ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ -
କ୍ରସ୍ ଭୋଟିଂ ପାଇଁ କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ -
ନିଲମ୍ବିତ ବିଧାୟକମାନଙ୍କୁ ବଡ଼ ଆହ୍ବାନ ଦେଲେ ମୋକିମ୍, କହିଲେ...... -
ଆଉ ଆଲୋଚନା ନୁହେଁ, ଆମେ ପାକିସ୍ତାନଠାରୁ ପ୍ରତିଶୋଧ ନେବୁ... କାବୁଲରେ ଆକ୍ରମଣ ପରେ ତାଲିବାନ କଲା ଘୋଷଣା -
ଇରାନ-ଆମେରିକା ଯୁଦ୍ଧ, ଗିରଫ ହେଲେ ୧୯ ଭାରତୀୟ -
ଖଡଗେଙ୍କୁ ପ୍ରଶଂସା କଲେ ମୋଦୀ, କହିଲେ ତାଙ୍କ ପାଖରୁ...... -
ମହାପ୍ରଭୁଙ୍କ ଦର୍ଶନ କଲେ ଦିଲୀପ ରାୟ: କହିଲେ… -
ରାଜ୍ୟରେ ଆସନ୍ତା ୫ଦିନ ଧରି ଘଡ଼ଘଡ଼ି ଓ ବର୍ଷା ! -
Rajya Sabha Election : ୪ ବିଜୟୀ ନେତାଙ୍କୁ ମିଳିଲା ସାର୍ଟିଫିକେଟ୍ -
ଗୁଜୁରାଟ ମୁନ୍ଦ୍ରା ବନ୍ଦରରେ ପହଞ୍ଚିଲା ଶିବାଲିକ୍ ଏଲ୍ପିଜି ଟ୍ୟାଙ୍କର -
ଭୁବନେଶ୍ବରରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ












Click it and Unblock the Notifications