ରଥଖଳା ହାଲଚାଲ - ଆଜି ହେବ ଗୁଜ ଅନୁକୂଳ

ପୁରୀ: ରଥଯାତ୍ରା ପାଇଁ ଜୋରଦାର ଚାଲିଛି ପ୍ରସ୍ତୁତି । ମହାରଣା ସେବାୟତ ରଥ ନିର୍ମାଣ କାମରେ ଲାଗିପଡ଼ିଛନ୍ତି । ତିନି ରଥର ତୁମ୍ବରେ ବିନ୍ଧ କାର୍ଯ୍ୟ ଶେଷ ହୋଇଥିବା ବେଳେ ଅଗର ବିନ୍ଦ କାମ ମଧ୍ୟ ସରିଛି । ତୁମ୍ବ ଗୁଡିକରେ ପନ୍ଦାରି ବିନ୍ଧ କରୁଛନ୍ତି ମହାରଣା ସେବକ ।
ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ । ଏହି ଅବସରେ ପୁରୀ ରଥଖଳାରେ ଗୁଜ ଅନୁକୁଳ ନୀତି ସମ୍ପାଦନ କରାଯିବ । ରୂପକାର ସେବାୟତମାନେ ପାରମ୍ପରିକ ରୀତିନୀତି ଅନୁଯାୟୀ ନଡ଼ିଆ ବାଡେଇ ରଥ ସହିଂତା ଅନୁସାରେ ଗୁଜ ଅନୁକୂଳ କରିବାର କାର୍ଯ୍ୟକ୍ରମ ରହିଛି । ଅନୁକୂଳ ପରେ ଗୁଜ ଗୁଡିକରେ ନୃସିଂହ ବିରାଳ, ନର ବିରାଳ, ହସ୍ତୀ ବିରାଳ, ସିଂହ ବିରାଳ ଆଦି ଖୋଦେଇ କରାଯିବ । ଏହାସହ ଭୋଇ ସେବକ ମାନେ ଯନ୍ତାଗାଡ଼ ନିର୍ମାଣ ଆରମ୍ଭ କରିବେ ।












Click it and Unblock the Notifications