ବଦଳୁଛି ଡେଙ୍ଗୁ ମଶାର ଚରିତ୍ର, ଦିନରେ କାମୁଡ଼ିଲେ ବି ହେଉଛି ଡେଙ୍ଗୁ
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁର ପ୍ରାଦୁର୍ଭାବ ବଢିବାରେ ଲାଗିଛି । ଡେଙ୍ଗୁର ବାହାକ କୁହାଯାଉଥିବା ଏଡିସ୍ ମଶା ସହ ଅନ୍ୟ ପ୍ରଜାତିର ମଶା କାମୁଡ଼ିଲେ ମଧ୍ୟ ଡେଙ୍ଗୁ ହେଉଛି । ଯାହାକୁ ନେଇ ପୁଣି ଚିନ୍ତା ବଢିବାରେ ଲାଗିଛି । କିଭଳି ଏହା ସମ୍ଭବ ହେଲା ତାହା ଜାଣିବାକୁ ଗବେଷକମାନେ ଚେଷ୍ଟା ଚଳାଇଛନ୍ତି ।
ଓଡ଼ିଶାର ଏଡିସ୍ ମଶାର 3 ଟି ପ୍ରଜାତି ଏଜିପ୍ଟାଆଇ, ଆଲବୋପିକ୍ଟସ ଓ ଭିଟାଟସ୍ ଦେଖିବାକୁ ମିଳିଥାଏ । ପୂର୍ବରୁ ସହରାଞ୍ଚଳରେ ଏଜିପ୍ଟାଆଇ ପ୍ରଜାତି ଅଧିକ ଦେଖିବାକୁ ମିଳୁଥିଲା । କିନ୍ତୁ ଏବେ ଆଲବୋପିକ୍ଟସ ପ୍ରାଧାନ୍ୟ ବିସ୍ତାର କରୁଛି । ଏହି ଦୁଇ ପ୍ରଜାତିର ମଶା କାମୁଡିବା ଯୋଗୁ ସଂକ୍ରମଣ ହାର ବୃଦ୍ଧି ପାଇଛି ।

ବିଶେଷଜ୍ଞଙ୍କ ମତରେ ଏଜିପ୍ଟାଆଇ ମଶା ସ୍ଥିର ପାଣି ସହ ଜମି ରହୁଥିବା ସ୍ୱଚ୍ଛ ପାଣିରେ ଏହା ବଂଶବିସ୍ତାର କରିଥାଏ । ହେଲେ ଆଲବୋପିକ୍ଟସ ପ୍ଲାଂଟ , ଗଛଲତାରେ ରହିଥାଏ । ଆରଏମଆସିରୁ ମିଳିଥିବା ସୂଚନା ମୁତାବକ, ଏବେ 10 ଟି ଏଡିସ୍ ମଶାରୁ 8-9 ଟି ଆଲବୋପିକ୍ଟସ ପ୍ରଜାତି ବାହାରୁଛନ୍ତି । ଆଲବୋପିକ୍ଟସ ପ୍ରଜାତିର ଶରୀରରେ କ'ଣ ପରିବର୍ତ୍ତନନ ହୋଇଛି, ଯେଉଁଥିପାଇଁ ଡେଙ୍ଗୁ ହେଉଛି ତାହା ଉପରେ ଅନୁଧ୍ୟାନ କରାଯାଉଛି ।
ଯେହେତୁ ଏବେ ଓଡ଼ିଶାରେ ଏଡିସ୍ ମଶାର ଦୁଇଟି ପ୍ରଜାତି ଡେଙ୍ଗୁ ରୋଗ ସୃଷ୍ଟି କରିପାରୁଛନ୍ତି, ଏ ଦୃଷ୍ଟିରୁ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିବା ସ୍ବାଭାବିକ । ଡେଙ୍ଗୁ ସଂକ୍ରମଣକୁ କିଭଳି ନିୟନ୍ତ୍ରଣ କରାଯିବ ତାହା ଉପରେ ଗବେଷଣା ଜାରି ରହିଛି । ଆସନ୍ତା କିଛିମାସ ଭିତରେ ଏ ସଂପର୍କିତ ଗବେଷଣା ରିପୋର୍ଟ ପ୍ରକାଶ ବୋଲି ଆରଏମ୍ଆରସି ପକ୍ଷରୁ ସୂଚନା ଦିଆଯାଇଛି ।
ମାତ୍ର ଏବେ ଏଡିସ୍ ମଶା ରାତିରେ ମଧ୍ୟ କାମୁଡ଼ୁଛନ୍ତି । ତେଣୁ ଲୋକମାନେ ରାତିରେ ମଶାରୀ ଟାଙ୍ଗି ଶୋଇବା ଉଚିତ୍ । ରାଜ୍ୟରେ ଏବେ ଡେଙ୍ଗୁର ନମୁନା ପରୀକ୍ଷା 1 ଲକ୍ଷ ପାର୍ କରିଛି । ତହିଁରୁ 7000ରୁ ଅଧିକ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।












Click it and Unblock the Notifications