Get Updates
Get notified of breaking news, exclusive insights, and must-see stories!

ଇଲେକ୍ଟ୍ରି ଯାନ ଉପରେ ରିହାତି, 2021 ସେପ୍ଟେମ୍ବର 2 ପରଠାରୁ କିଣିଥିବା ଗ୍ରାହକ ପାଇବେ ସୁବିଧା, ଜାଣନ୍ତୁ କିପରି

electric vehicle

ଭୁବନେଶ୍ୱର : ଓଡିଶା ବିଦ୍ୟୁତ ଯାନ ନୀତି-୨୦୨୧ରେ ସଂଶୋଧନ କରିବା ପରେ ରାଜ୍ୟ ସରକାର ଇଲେକ୍ଟ୍ରି ଗାଡି କିଣାରେ ରିହାତି ପରିମାଣକୁ ବୃଦ୍ଧି କରିଛନ୍ତି । ସଂଶୋଧିତ ନୀତି ଅନୁସାରେ ଏଣିକି ଦୁଇଚକିଆ ଇଲେକ୍ଟି ଗାଡି କିଣିଲେ ସର୍ବାଧିକ 20 ହଜାର ଟଙ୍କା, ତିନିଚକିଆ ଯାନରେ 30 ହଜାର ଟଙ୍କା ଓ ଚାରିଚକିଆ ଯାନରେ ଦେଢ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ଦେବେ ସରକାର । ଇଲେକ୍ଟ୍ରି ଯାନ କିଣାକୁ ପ୍ରୋତ୍ସାହିତ କରିବା ନିମନ୍ତେ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ।

ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ରାଜ୍ୟ ସରକାର 2025 ମସିହା ସୁଦ୍ଧା ରାଜ୍ୟରେ 20 % ବିଦ୍ୟୁତଚାଳିତ ଯାନ ଚଳାଚଳ ଲକ୍ଷ୍ୟ ହାସଲ ପାଇଁ ଗତ ସୋମବାର ଓଡିଶା ବିଦ୍ୟୁତଚାଳିତ ଯାନ ନୀତି-2021 ରେ ସଂଶୋଧନ କରିଛନ୍ତି ।

ଏହ ବର୍ଦ୍ଧିତ ପ୍ରୋତ୍ସାହନ ସୁବିଧା ନୀତି ବିଜ୍ଞପିତ ହେବା ଦିନ ଅର୍ଥାତ୍ 2021 ମସିହା ସେପ୍ଟେମ୍ବର 2 ତାରିଖ ଠାରୁ ଲାଗୁ କରାଯାଇଛି । ଏହା 2025 ଡିସେମ୍ବର ଶେଷ ପର୍ଯ୍ୟନ୍ତ ବଳବତ୍ତର ରହିବ । ଅର୍ଥାତ୍ 2021 ସେପ୍ଟେମ୍ବର 2 ତାରିଖ ପରଠାରୁ ଇଲେକ୍ଟ୍ରିଯାନ କିଣିଥିବା ଗ୍ରାହକ ଏହି ପ୍ରୋତ୍ସାହନ ରାଶି ପାଇପାରିବେ ।

ପୂର୍ବରୁ ଏବଂ ବର୍ତ୍ତମାନ ୟାନ କ୍ରୟ କରୁଥିବା ଗ୍ରାହକଙ୍କ ସୁବିଧା ପାଇଁ 5-ଟି ଉପକ୍ରମରେ ରାଜ୍ୟ ପରିବହନ କର୍ତ୍ତୁପକ୍ଷ, କଟକ ଙ୍କ କାର୍ଯ୍ୟାଳୟରେ ଏକ ଉତ୍ସର୍ଗୀକୃତ ଇଲେକଟ୍ରିକ୍ ଯାନ ପ୍ରକୋଷ୍ଠ ଖୋଲାଯିବା ସହ https://odtransportmis.nic.in/EVCell ୱେବସାଇଟ୍ ବିକଶିତ ହୋଇଛି । ଏହି ନୀତି ସଂଶୋଧନ ହେବା ପୂର୍ବରୁ ଯେଉଁମାନେ ଇଲେକଟ୍ରିକ୍ ଯାନ କିଣିଛନ୍ତି, ସେମାନଙ୍କ ପାଇଁ ଏହି ପୋର୍ଟାଲରେ ଆବଶ୍ୟକ ପରିବର୍ତ୍ତନ କରାଯାଇଛି । ଗ୍ରାହକ ଏହି ପୋର୍ଟାଲରେ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଅପଲୋଡ୍ କଲେ ସିଧାସଳଖ ସେମାନଙ୍କ ଆକାଉଣ୍ଟକୁ ପ୍ରୋତ୍ସାହନ ରାଶି ପଠାଯିବାର ବ୍ୟବସ୍ଥା କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+