କଟକଣା ଭିତରେ ଚାପ ଖେଳିବେ ମହାପ୍ରଭୁ : ଚନ୍ଦନଯାତ୍ରା ପାଇଁ 144 ଧାରା
କରୋନାକୁ ଦୃଷ୍ଟିରେ ରଖି ଚନ୍ଦନଯାତ୍ରା ବେଳେ ନରେନ୍ଦ୍ର ପୁଷ୍କରିଣୀ ଓ ଶ୍ରୀମନ୍ଦିର ଆଗରେ ପ୍ରଶାସନ ପକ୍ଷରୁ 144 ଧାରା ଲାଗୁ କରାଯିବ
ପୁରୀ: ଆସନ୍ତାକାଲି ପୁରୀରେ ଅନୁଷ୍ଠିତ ହେବ ଚନ୍ଦନଯାତ୍ରା । ନରେନ୍ଦ୍ର ପୁଷ୍କରଣୀରେ ଚାପ ଖେଳିବେ ମହାପ୍ରଭୁ । ତେବେ କରୋନାକୁ ଦୃଷ୍ଟିରେ ରଖି ଚନ୍ଦନଯାତ୍ରା ବେଳେ ନରେନ୍ଦ୍ର ପୁଷ୍କରିଣୀ ଓ ଶ୍ରୀମନ୍ଦିର ଆଗରେ ପ୍ରଶାସନ ପକ୍ଷରୁ 144 ଧାରା ଲାଗୁ କରାଯିବ । 6ଟି ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ରହିବେ ।
ସେପଟେ ସାଧରଣ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଯିବ। କେବଳ ପାସ୍ ଧାରୀ ସେବାୟତ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏଥିରେ ସାମିଲ ହେବା ପାଇଁ ଅନୁମତି ମିଳିବ ।

ତେବେ ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଯାତ୍ରା ପାଇଁ ନନ୍ଦା, ଭଦ୍ରା, ଧନ୍ବନ୍ତରୀ ଚାପଡ଼ଙ୍ଗାରେ ବେଦୀ ନିର୍ମାଣ ବିଶେଷ ହୋଇଛି ।
ଯେଉଁ ସେବାୟତ ଚନ୍ଦନଯାତ୍ରା ନୀତିରେ ସାମିଲ ହେବେ ସେମାନଙ୍କ କୋଭିଡ୍ ଟେଷ୍ଟ କରାଯାଇଛି। ଯେଉଁମାନଙ୍କର ନେଗେଟିଭ ରିପୋର୍ଟ ଆସିଛି ସେହି ସେବାୟତକୁ ହିଁ ଅନୁମତି ମିଳିଛି। ଅକ୍ଷୟ ତୃତୀୟା ଠାରୁ 21 ଦିନ ଧରି ଏହି ଯାତ୍ରା ଚାଲୁଥିବାରୁ ପୋଲିସ ଫୋର୍ସ ଉପସ୍ଥିତ ରହିବେ ବୋଲି ପୁରୀ ଏସ୍ ପି କହିଛନ୍ତି ।












Click it and Unblock the Notifications