ୱାଇଲ୍ଡ ଲାଇଫ୍ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଏଣିକି ରାତିରେ ବୁଲି ହେବ ଚନ୍ଦକା ଅଭୟାରଣ୍ୟ
ଭୁବନେଶ୍ୱର: ୱାଇଲ୍ଡ ଲାଇଫ୍ ଏକ୍ସପ୍ଲୋର୍ ନେଇ ରୁଚି ରଖୁଛନ୍ତି କି ? ଅଭୟାରଣ୍ୟରେ ବୁଲିବା ସହ ରାତିରେ ଜଙ୍ଗଲର ମଜା ନେବାକୁ ଚାହୁଁଛନ୍ତି କି ? ତେବେ ୱାଇଲ୍ଡ ଲାଇଫ୍ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଏଣିକି ରାତିରେ ଖୋଲିବ ଚନ୍ଦକା ଅଭୟାରଣ୍ୟରେ ନାଇଟ୍ ସଫାରୀ ।

ଏହା ପରେ ରାତିରେ ବୁଲିହେବ ଚନ୍ଦକା ଅଭୟାରଣ୍ୟ । ଭରତପୁର ସଫାରୀରେ ଆରମ୍ଭ ହେବ ନାଚୁରାଲ ନାଇଟ୍ ଟ୍ରେଲ । ଜାନୁଆରୀ 29 ତାରିଖରୁ ଆରମ୍ଭ ହେବ ଏହି ସଫାରୀ । ରାତି 9.30 ଯାଏଁ ଖୋଲା ରହିବ ସଫାରୀ, ଚାଲିବ ଟ୍ରେଲ୍ । ଯେଉଁମାନେ ଦିନରେ ସମୟ ପାଉନାହାଁନ୍ତି ସେମାନେ ସନ୍ଧ୍ୟା ସମୟରେ ଅଭୟାରଣ୍ୟ ବୁଲିବାର ସୁଯୋଗ ପାଇପାରିବେ ।
ଏହାଯୋଗୁଁ ଛାତ୍ରଛାତ୍ରୀ ଓ ଗବେଷଣା କରୁଥିବା ବିଦ୍ୟାର୍ଥୀ ଅଧିକ ଉପକୃତ ହେବେ । ଏଠାରେ ଲୋକମାନେ ହରୀଣ, ବାରହା, ସମ୍ବର, ହାତୀ ସମେତ ଅନ୍ୟ ବନ୍ୟପ୍ରାଣୀଙ୍କୁ ଦେଖିପାରିବେ । ଏହି ବନ୍ୟଜନ୍ତୁଙ୍କ ବିଷୟୟରେ ଅଧିକ ଜାଣିପାରିବେ । ରାତି 9.30 ରୁ ସକାଳ 9.30 ପର୍ଯ୍ୟନ୍ତ ବନ୍ଦ ରହିବ ସଫାରୀ ।












Click it and Unblock the Notifications