Get Updates
Get notified of breaking news, exclusive insights, and must-see stories!

ପୂରଣ ହେବ ହାଇସ୍କୁଲମାନଙ୍କରେ ଖାଲିଥିବା ୭୫୪୦ ଶିକ୍ଷକ ପଦବୀ, ଜାରି ରହିଛି ସାର୍ଟିଫିକେଟ ଯାଞ୍ଚ ପ୍ରକ୍ରିୟା

ଭୁବନେଶ୍ୱର: ରାଜ୍ୟରେ ସରକାରୀ ହାଇସ୍କୁଲମାନଙ୍କରେ ଖାଲି ଥିବା ୭୫୪୦ ଶିକ୍ଷକ ପଦବୀ ପୂରଣ ହେବ । ଏ ନେଇ ସାର୍ଟିଫିକେଟ୍ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି । ବିଭିନ୍ନ ବର୍ଗର TGT PCM,TGT CBZ , ARTS, HINDI, SANSKRIT, URDU, TELUGU ଓ PET ଶିକ୍ଷକ ପଦବୀ ପୂରଣ ପାଇଁ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ (OSSC) ମାଧ୍ୟମରେ ଚୟନ ପ୍ରକ୍ରିୟା ଜାରି ରହିଛି ।

high school teacher

ଉକ୍ତ ଚୟନ ପ୍ରକ୍ରିୟା ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ ପୂର୍ବରୁ ବିଭିନ୍ନ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀମାନଙ୍କର ସାର୍ଟିଫିକେଟ ଯାଞ୍ଚ ପ୍ରକ୍ରିୟା OSSC ଅଫିସ ତଥା ସମଗ୍ର ରାଜ୍ୟର ୩୦ ଗୋଟି ଜିଲ୍ଲାରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଜାରି ରହିଛି ।

ବର୍ତ୍ତମାନ ସୁଦ୍ଧା ସମଗ୍ର ୩୦ ଜିଲ୍ଲାରେ TGT PCM ଓ TGT CBZ ଶିକ୍ଷକଙ୍କ ପାଇଁ ସାର୍ଟିଫିକେଟ ଯାଞ୍ଚ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ରହିଛି । OSSC PET, TELUGU ଓ ସମସ୍ତ ବର୍ଗର ଭିନ୍ନକ୍ଷମ ପ୍ରାର୍ଥୀମାନଙ୍କର ସାର୍ଟିଫିକେଟ ଯାଞ୍ଚ କରାଯାଉଅଛି । ଉକ୍ତ ଯାଞ୍ଚ ପ୍ରକ୍ରିୟାକୁ ସ୍ୱଚ୍ଛତା ଓ ତ୍ରୁଟିଶୂନ୍ୟ କରିବା ପାଇଁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯାଞ୍ଚ ସମୟରେ ଯଦି କୌଣସି ଶଙ୍କା ଉପୁଜେ ତେବେ ତାହାକୁ ଦୂରୀଭୂତ କରିବା ପାଇଁ ossc ଅଫିସ ତଥା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟରେ ଏକ ସହାୟତା କେନ୍ଦ୍ର ଖୋଲାଯାଇଅଛି । ଉକ୍ତ ଯାଞ୍ଚ ପ୍ରକ୍ରିୟା ossc ଅଫିସ ତଥା ସମଗ୍ର ୩୦ଟି ଜିଲ୍ଲାରେ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ଦ୍ୱାରା ସୁରୁଖୁରୁରେ ସମ୍ପାଦନ କରାଯାଉଅଛି । ସାର୍ଟିଫିକେଟ ଯାଞ୍ଚ ପ୍ରକି୍ରୟା ସରିବା ପରେ ଖାଲିଥିବା ପଦବୀ ଅନୁଯାୟୀ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରାଯିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+