ଅମ୍ଫାନ ପାଇଁ ଓଡ଼ିଶାକୁ ଅତିରିକ୍ତ 128 କୋଟି ସହାୟତା

ପ୍ରାକୃତିକ ବିପର୍ଯ୍ୟୟରେ ହୋଇଥିବା କ୍ଷୟକ୍ଷତି ହୋଇଥିବା ରାଜ୍ୟମାନଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି କେନ୍ଦ୍ର ସରକାର | ଏଥିରେ ଓଡ଼ିଶାକୁ 128.23 କୋଟି ଟଙ୍କାର ଅତିରିକ୍ତ ସହାୟତା ରାଶି ମଞ୍ଜୁର କରିଛନ୍ତି | ଓଡ଼ିଶା ସମେତ ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭାବିତ ମୋଟ 6ଟି ରାଜ୍ୟକୁ କେନ୍ଦ୍ର ସରକାର ଏହି ସହାୟତା ରାଶି ଘୋଷଣା କରାଯାଇଛି |

ନୂଆଦିଲ୍ଲୀ: ପ୍ରାକୃତିକ ବିପର୍ଯ୍ୟୟରେ ହୋଇଥିବା କ୍ଷୟକ୍ଷତି ହୋଇଥିବା ରାଜ୍ୟମାନଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି କେନ୍ଦ୍ର ସରକାର | ଏଥିରେ ଓଡ଼ିଶାକୁ 128.23 କୋଟି ଟଙ୍କାର ଅତିରିକ୍ତ ସହାୟତା ରାଶି ମଞ୍ଜୁର କରିଛନ୍ତି | ଓଡ଼ିଶା ସମେତ ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭାବିତ ମୋଟ 6ଟି ରାଜ୍ୟକୁ କେନ୍ଦ୍ର ସରକାର ଏହି ସହାୟତା ରାଶି ଘୋଷଣା କରାଯାଇଛି | ଓଡ଼ିଶାକୁ ଅମ୍ଫାନ ବାତ୍ୟାରେ ହୋଇଥିବା କ୍ଷୟକ୍ଷତି ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି | 6 ରାଜ୍ୟକୁ ମୋଟ 6 ହଜାର 381.88 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ | କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ଏହାକୁ ଅନୁମୋଦନ ଦେଇଛି |

Ampahn-Cyclone

ପ୍ରାକୃତିକ ବିପର୍ଯ୍ୟୟ ସହାୟତା ରାଶି ପାଇବାକୁ ଥିବା ଏହି ତାଲିକାରେ ଓଡ଼ିଶା, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, କର୍ଣ୍ଣାଟକ, ମଧ୍ୟପ୍ରଦେଶ ଓ ସିକିମକୁ ସାମିଲ କରାଯାଇଛି | ଅଧିକ କ୍ଷୟକ୍ଷତି ହୋଇଥିବା ପଶ୍ଚିମବଙ୍ଗକୁ ସର୍ବାଧିକ 2 ହଜାର 707 କୋଟି 77 ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି | ସେହିଭଳି ନିସର୍ଗ ପାଇଁ ମହାରାଷ୍ଟ୍ରକୁ 268.59 କୋଟି ଟଙ୍କା ମଞ୍ଜୁର କରାଯାଇଛି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+