ଓଡ଼ିଶା କ୍ୟାଡରର ଆଇଏଏସ ଅଫିସର ଡ. କ୍ରିଷ୍ଣନ କୁମାର ହେଲେ ଏନ୍ଏଚ୍ଆଇଡିସିଏଲ୍ ପରିଚାଳନା ନିର୍ଦ୍ଦେଶକ
ଭୁବନେଶ୍ୱର: ଓଡ଼ିଶା କ୍ୟାଡରର ଆଇଏଏସ ଅଫିସର ତଥା କେନ୍ଦ୍ରୀୟ ଡେପୁଟେସନରେ ଥିବା ଆଇଏଏସ ଅଧିକାରୀ ଡ. କ୍ରିଷ୍ଣନ କୁମାରଙ୍କୁ ମିଲିଛି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । ଜାତୀୟ ରାଜପଥ ଓ ଭିତ୍ତିଭୂମି ବିକାଶ ନିଗମ ଲିମିଟେଡ୍ (ଏନ୍ଏଚ୍ଆଇଡିସିଏଲ୍) ଏହାର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି ଡ. କ୍ରିଷ୍ଣନ କୁମାର ।

ଭାରତ ସରକାରଙ୍କ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଅଧୀନରେ ଥିବା ଏକ ସମ୍ପୂର୍ଣ୍ଣ ମାଲିକାନାରେ ଥିବା କମ୍ପାନୀ ଏନ୍ଏଚ୍ଆଇଡିସିଏଲର ନେତୃତ୍ୱ ନେବେ ଆଇଏଏସ୍ ଅଧିକାରୀ କ୍ରିଷ୍ଣନ କୁମାର ।
2002 ବ୍ୟାଚ୍ ର ଆଇଏସ୍ ଅଧିକାରୀ କ୍ରିଷ୍ଣନ କୁମାର । ପୂର୍ବରୁ ପୂର୍ତ୍ତ ବିଭାଗ ସଚିବ ଭାବେ ଓଡ଼ିଶାରେ ମେଗା ଭିତ୍ତିଭୂମି କାର୍ଯ୍ୟକ୍ରମ ପରିଚାଳନା କରି ସାରିଥିବା ଡ. କୁମାରଙ୍କ ଅଭିଜ୍ଞତା ରହିଛି । ବଡ଼ ପୋଲ, ଉଚ୍ଚସ୍ତରୀୟ ଓଭରପାସ୍ ଏବଂ ଟନେଲ ନିର୍ମାଣର ତଦାରଖ କରିବାରେ ଅଭିଜ୍ଞତା ରହିଛି ।
ଓଡ଼ିଶା ପୂର୍ତ୍ତ ବିଭାଗ ସଚିବ ତଥା ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଭାବେ ଆଇଏଏସ୍ ଅଧିକାରୀ କ୍ରିଷନ କୁମାର କାର୍ଯ୍ୟ କରିଛନ୍ତି । ସେ ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ ଓ ଓଡ଼ିଶା ସେତୁ ନିର୍ମାଣ ନିଗମର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ । 2022 ମାର୍ଚ୍ଚ 7 ରେ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗର ବିଜ୍ଞପ୍ତି ଅନୁଯାୟୀ ତାଙ୍କୁ ଦାୟିତ୍ୱରୁ ମୁକ୍ତ କରାଯାଇଥିଲା । ପରେ ସେ କେନ୍ଦ୍ରୀୟ ଡେପୁଟେସନକୁ ଆସିଛନ୍ତି ।












Click it and Unblock the Notifications