Get Updates
Get notified of breaking news, exclusive insights, and must-see stories!

ଜିଲ୍ଲାପାଳଙ୍କ ସହ ବୈଠକ କରୁଛନ୍ତି କେନ୍ଦ୍ର ନିର୍ବାଚନ ଆୟୋଗ ଟିମ୍, ଦ୍ୱନ୍ଦରେ ଆଗୁଆ ନିର୍ବାଚନ

ଭୁବନେଶ୍ୱର: ଆଗକୁ ଓଡ଼ିଶାର ବିଧାନସଭା ନିର୍ବାଚନ ଓ ଲୋକସଭା ନିର୍ବାଚନ ଥିବା ବେଳେ ରାଜ୍ୟରେ ଆଗୁଆ ନିର୍ବାଚନ ନେଇ ଚର୍ଚ୍ଚା ଜୋର୍ ଧରିଛି । ଏହି ସମୟରେ କେନ୍ଦ୍ର ନିର୍ବାଚନ ଆୟୋଗ ଟିମ୍ ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି । ଖାରବେଳ ଭବନ ଠାରେ ରାଜ୍ୟର ସବୁ ଜିଲ୍ଲାପାଳ ମାନଙ୍କ ସହ ବୈଠକ କରୁଛନ୍ତି ନିର୍ବାଚନ ଆୟୋଗ । ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଉପରେ ଜୋର୍ ଦିଆଯାଉଛି । ନିର୍ବାଚନ କମିଶନରଙ୍କ ଟିମ୍ ଆସିବା ପୂର୍ବରୁ ରାଜ୍ୟ ନିର୍ବାଚନ ଅଧିକାରୀ ଯୁବ ଭୋଟରଙ୍କୁ ଭୋଟର ତାଲିକାରେ ସାମିଲ କରିବା ପାଇଁ ସ୍ପେଶାଲ ଡ୍ରାଇଭ ଆରମ୍ଭ କରିଥିଲା ।

election commission of India

ଅପରପକ୍ଷରେ ଆଗାମୀ ନିର୍ବାଚନକୁ ନେଇ ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ଏହା ସହ ନେତାମାନଙ୍କର ଦଳଡିଆଁ ଜାରିରହିଛି । ଏପରିକି ନିଜ ନିଜର ସଙ୍ଗଠନ ସୁଦୃଢ କରି ଆଗାମୀ ନିର୍ବାଚନ ପାଇଁ ତିନି ଦଳ କଣନୀତି ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି । ଏସବୁ ମଧ୍ୟରେ କେନ୍ଦ୍ର ନିର୍ବାଚନ ଆୟୋଗର ଜିଲ୍ଲାପଳଙ୍କ ସହ ବୈଠକ ଏହି ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି । ବୈଠକ ପରେ କିଛି ନୂଆ ତଥ୍ୟ ସାମ୍ନାକୁ ଆସିପାରେ । ତେବେ ନିର୍ବାଚନ ଆଗୁଆ ହେବ କି ନାହିଁ ସେ ନେଇ ଏଯାଏଁ ଦ୍ଵନ୍ଦ ସ୍ପଷ୍ଟ ହୋଇ ନାହିଁ ।

ସେହିପରି କେନ୍ଦ୍ର ନିର୍ବାଚନ ଆୟୋଗର ବୈଠକରେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଓ ସମ୍ବେଦନଶୀଳ ବୁଥ୍ ଉପରେ ଚର୍ଚ୍ଚା ହେବ । କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ଟିମ୍ ଓଡ଼ିଶା ଆସିବା ରାଜ୍ୟ ରାଜନୀତିକୁ ପୁଣି ଥରେ ଚଳଚଞ୍ଚଳ କରିଦେଇଛି । ଗୋଟିଏ ପଟେ ତିନି ପ୍ରମୁଖ ଦଳର ରାଜନେତା ନିଜ ନିଜ ରଣନୀତି ପ୍ରସ୍ତୁତ କରୁଥିବା ବେଳେ ଅନ୍ୟପଟେ ନିର୍ବାଚନ ଆୟୋଗ ଓଡ଼ିଶା ଆସିବା ରାଜନୈତିକ ମାହୋଲକୁ ସରଗରମ କରିଛି ।

ନିର୍ବାଚନ ପାଇଁ ବିଧିବଧ ଭାବେ ତାରିଖ ଘୋଷଣା ହୋଇନଥିବା ବେଳେ ନିର୍ବାଚନ ଆୟୋଗର ପ୍ରସ୍ତୁତି ପୁଣି ଓଡ଼ିଶାରାଜନୈତିକ ମାହୋଲକୁ ବେଶ୍ ସରଗରମ କରିଛି । ଏହା ସହ କେତେବେଳେ ରାଜ୍ୟରେ ନିର୍ବାଚନ ହୋଇ ଯାଇପାରେ ବୋଲି କୁହାଯାଇଛି ।

ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ଆଜି ଏକ ସୂଚନା ଦେଇ କହିଛନ୍ତି, ରାଜ୍ୟରେ ନିର୍ବାଚନ ପାଇଁ ଆବଶ୍ୟକ ଅନୁସାରେ ଇଭିଏମ୍ ପହଞ୍ଚି ସାରିଛି । ଆସନ୍ତା ଅକ୍ଟୋବର ମାସରେ ସମସ୍ତ EVM ଓ ଭିଭିପାଟ ହେବ ଯାଞ୍ଚ ହେବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+