5-ଟି ସଚିବ ବିବାଦ : ଓଡ଼ିଶା କ୍ୟାଡ଼ର ଆଇଏଏସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କେନ୍ଦ୍ରର ନିର୍ଦ୍ଦେଶ
ଭୁବନେଶ୍ୱର: ବଢିଲା 5-ଟି ସଚିବ ବିବାଦ । ଓଡ଼ିଶା କ୍ୟାଡ଼ର ଆଇଏଏସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର । ଉକ୍ତ ସଚିବଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ଅନୁ ସଚିବ ।

ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ସାଂସଦ ଅପରାଜିତା ଷଢଙ୍ଗୀଙ୍କ ଅଭିଯୋଗ ପରେ ଏହି ନିର୍ଦ୍ଦେଶ ଦେଇଛି କେନ୍ଦ୍ର । ସଂପୃକ୍ତ ସଚିବଙ୍କ ବିରୋଧରେ DOPT ନିକଟରେ 24 ଜୁନରେ ତଥ୍ୟ ସହିତ ଲିଖିତ ଅଭିଯୋଗ କରିଥିଲେ । ଅଲ୍ ଇଣ୍ଡିଆ ସର୍ଭିସ କଣ୍ଡକ୍ଟ ରୁଲ୍ ଉଲ୍ଲଂଘନ ନେଇ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଭିତ୍ତି କରି କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କର ଏହି ଚିଠିକୁ ଟ୍ୱିଟ୍ କରି ସେୟାର କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।
ଉଲ୍ଲେଖ ଥାଉକି, ଗତ କିଥି ଦିନ ଧରି ରାଜ୍ୟରେ 5-ଟି ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ଏବଂ ପ୍ରକଳ୍ପ ତଥା ଅନୁଦାନ ରାଶି ଘୋଷଣା କରିବାକୁ ଅଲ୍ ଇଣ୍ଡିଆ ସର୍ଭିସ କଣ୍ଡକ୍ଟ ରୁଲ୍ ଉଲ୍ଲଂଘନ ବୋଲି କହି ଆସୁଛନ୍ତି ବିରୋଧୀ । ଭୁବନେଶ୍ୱର ସାଂସଦ ପ୍ରେସ ମିଟ କରି ଏ ନେଇ ପ୍ରଥମେ ଅଭିଯୋଗ କରିଥିଲେ । ଏହା ପରେ ତେଜିଥିଲା ରାଜ୍ୟ ରାଜନୀତି ।
Govt of India has taken cognizance of the violation of Conduct Rules by an Officer in Odisha.
Based on clear evidence of violation, DoPT,has asked Chief Secy to take action as State is Cadre Controlling Authority.
Hope law will be allowed to take its course.Odisha will watch. pic.twitter.com/ioJuvdp8WO
— Aparajita Sarangi, Member of Parliament (@AprajitaSarangi) June 27, 2023
ପରେ ପରେ କଂଗ୍ରେସ ମଧ୍ୟ ସମାନ ଅଭିଯୋଗରେ ରାଜ୍ୟ ସରକାରଙ୍କୁ ଘେରିଥିଲା ।
ଭୁବନେଶ୍ୱର ସାସଂଦ ଅଭିଯୋଗ ଆଣିଥିଲେ, ସଚିବ ଦଳୀୟ କାର୍ଯ୍ୟକ୍ରମରେ ସମ୍ପୃକ୍ତ ରହିବା ସହ ବିଭିନ୍ନ ରାଜନୈତିକ ସଭା ସମିତିରେ ଯୋଗ ଦେଉଛନ୍ତି । ଏଥିସହିତ ସରିକାରୀ ପ୍ରକଳ୍ପର ଘୋଷଣା କରିବା ସହ ପୋଲିସ ବିଭାଗକୁ ବ୍ୟକ୍ତିଗତ ଭାବେ ବ୍ୟବହାର କରୁଛନ୍ତି । ଏପରିକି ମନ୍ତ୍ରୀ, ସାଂସଦ, ବିଧାୟକଙ୍କୁ ଅବମାନନା କରିବା ସହ ଦୁର୍ବ୍ୟବହାର କରୁଛନ୍ତି ଏବଂ ବ୍ୟକ୍ତିଗତ ପ୍ରଚାରରେ ଲିପ୍ତ ରହୁଛନ୍ତି । ଏସବୁ ଅଲ୍ ଇଣ୍ଡିଆ ସର୍ଭିସ କଣ୍ଡକ୍ଟ ରୁଲ୍ ଉଲ୍ଲଂଘନ ହେବା ସହ ଅର୍ଡର ଅଫ ପ୍ରେସେଡେନ୍ସିର ଉଲ୍ଲଘଂନ କରୁଛି ବୋଲି ଉଭୟେ ଅଭିଯୋଗ ଆଣିଥିଲେ ।
ବର୍ତ୍ତମାନ ସଂମ୍ପୃକ୍ତ ଆଇଏଏସ ଙ୍କ ଉପରେ ରାଜ୍ୟ ସରକାର କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବା ବାକି ରହିଲା ।












Click it and Unblock the Notifications