Get Updates
Get notified of breaking news, exclusive insights, and must-see stories!

ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କଲେ ECI, ରାଜନୈତିକ ଦଳ ସହ କଲେ ଆଲୋଚନା

ଭୁବନେଶ୍ୱର: ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର । ତିନି ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ମୁଖ୍ୟ ନିର୍ବାଚନ କମିସନରଙ୍କ ସହ 8 ଜଣିଆ ପ୍ରତିନିଧି ଦଳ । ଗସ୍ତ ସମୟରେ ବିଭିନ୍ନ ରାଜନୈତିକ ଦଳକୁ ଭେଟି ଆଲୋଚନା ମଧ୍ୟ କରିଛନ୍ତି ନିର୍ବାଚନ କମିଶନ ।

cec

ବିଭିନ୍ନ ଜାତୀୟ ଓ ଆଞ୍ଚଳିକ ରାଜନୈତିକ ଦଳର କର୍ମକର୍ତ୍ତା ଓ ନେତୃବୃନ୍ଦଙ୍କ ସହିତ ବୈଠକ କରି ନିର୍ବାଚନ ସମ୍ପର୍କିତ ଆଦର୍ଶ ଆଚରଣ ବିଧିର ଯଥାଯଥ ପାଳନ ସମ୍ପର୍କରେ ନିର୍ବାଚନ ଆୟୋଗଙ୍କ ଆଭିମୂଖ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି । ଏହାପରେ ମୁଖ୍ୟସଚିବ, ଉନ୍ନୟନ କମିସନର, ପୋଲିସ ଡିଜି, ଗୃହ ସଚିବ, ଜିଲ୍ଲାପାଳ, ପୋଲିସ ଅଧିକାରୀଙ୍କ ସହ ନିର୍ବାଚନ ଅଧିକାରୀଙ୍କ ସହ ଏକ ମିଳିତ ବୈଠକରେ ନିର୍ବାଚନ ପ୍ରସ୍ତୁତି, ତାଲିମ, ଆଇନଶୃଙ୍ଖଳା ପରିସ୍ଥିତି ଓ ପଦକ୍ଷେପ ସମ୍ପର୍କରେ ବିସ୍ତ୍ରୁତ ଭାବେ ଆଲୋଚନା କରିଛନ୍ତି ।

ସେହିପରି, 17 ତାରିଖ ଦିନ ନିର୍ବାଚନ ଆୟୋଗଙ୍କ ପ୍ରତିନିଧି ମଣ୍ଡଳୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ରାଜ୍ୟ ପୋଲିସ ବାହିନୀ ଓ କେନ୍ଦ୍ର ପୋଲିସ ବାହିନୀର ନୋଡାଲ ଅଧିକାରୀ, ପ୍ରବର୍ତ୍ତନ ସଂସ୍ଥା, ରାଜ୍ୟ ମୁଖ୍ୟ ଶାସନ ସଚିବ, ଆରକ୍ଷୀ ମହାନିର୍ଦ୍ଦେଶକ ପ୍ରମୁଖଙ୍କ ସହିତ ପୃଥକ୍ ପୃଥକ୍ ଭାବେ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରିବେ ।

ନିର୍ବାଚନରେ କିଭଳି କଳାଟଙ୍କା ପ୍ରବେଶ ନକରିପାରିବ, ଇଭିଏମ ଟାମ୍ପରିଂ ହୋଇନପାରିବ ଏବଂ ଭୋଟର ତାଲିକାରୁ ଲୋକଙ୍କ ନାଁ କଟାଯିବ ଏହା ଉପରେ ଗୁରୁତ୍ୱ ଦେଇଛି କଂଗ୍ରେସ । ସେହିପରି ନିର୍ବାଚନ ବେଳେ ଜନ କଲ୍ୟାଣ କାର୍ଯ୍ୟକ୍ରମ ଉପରେ ରୋକ୍ ଲଗାଇବା ପୂର୍ବରୁ ସରକାରଙ୍କ ପକ୍ଷ ଶୁଣିବାକୁ ବିଜେଡି କହିଛି । ସେହିପରି ନିର୍ବାଚନ ବେଳେ ଆଇନ ଶୃଙ୍ଖଳା ଉପରେ ଜୋର ଦେଇଛି ବିଜେପି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+