Get Updates
Get notified of breaking news, exclusive insights, and must-see stories!

ଓଡ଼ିଆ ଭାଷାରେ ହେବ ସିବିଏସ୍ଇ ପାଠପଢା

ଭୁବନେଶ୍ୱର: ଓଡ଼ିଆ ଭାଷାରେ ସିବିଏସ୍ଇ ସ୍କୁଲରେ ପଢ଼ାଯିବ ପାଠ । ସିବିଏସ୍ଇ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀ ଏଣିକି ଓଡ଼ିଆ ଭାଷାରେ ନିଜର ପାଠ୍ୟକ୍ରମ ପଢିପାରିବେ । ଏ ନେଇ ସିବିଏସ୍ଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

CBSE- Dharmendra Pradhan

କେବଳ ଓଡ଼ିଆ ନୁହଁ ଅନ୍ୟ 22 ଟି ମାତୃଭାଷାରେ ସିବିଏସ୍ଇ ସ୍କୁଲରେ ପାଠ ପଢ଼ି ପାରିବେ ଛାତ୍ରଛାତ୍ରୀ । ସିବିଏସ୍ଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ବିଜ୍ଞପ୍ତି ଅନୁସାରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ଓଡ଼ିଆ ଭାଷାରେ ପାଠ ପଢ଼ାଯିବ । ଏପରିକି ଦେଶରେ 22 ଟି ଆଞ୍ଚଳିକ ଭାଷାରେ ସିବିଏସ୍ଇ ପାଠ୍ୟକ୍ରମ ଉପଲବ୍ଧ ହେବ । ଏନେଇ ଏନସିଇଆରଟିକୁ ପାଠ୍ୟ ପୁସ୍ତକ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଞ୍ଚଳିକ ଭାଷାରେ ପାଠ ପଢ଼ାଯିବା ସହ ପରୀକ୍ଷା କରିବାକୁ ପ୍ରସ୍ତୁତି ମଧ୍ୟ ଚାଲିଛି ।

ଛାତ୍ରଛାତ୍ରୀ ଇଂରାଜୀ, ହିନ୍ଦୀ ମିଡିୟମ ସହ ଓଡ଼ିଆ ଭାଷାରେ ବି ପଢ଼ି ପାରିବେ । ଯେଉଁ ପିଲାମାନେ ଓଡ଼ିଆରେ ପଢ଼ିବାକୁ ଚାହିଁବେ ସେ ନେଇ ସ୍କୁଲ ବ୍ୟବସ୍ଥା କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ଦ୍ୱାରା ପିଲାମାନେ ସହଜରେ ପାଠ ବୁଝିପାରିବେ । ସିବିଏସଇ ଅନୁବନ୍ଧିତ ସବୁ ସ୍କୁଲରେ ଆଞ୍ଚଳିକ ଭାଷାରେ ପାଠପଢ଼ା ଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+