ବାହାନଗା ଦୁର୍ଘଟଣା : ରେଳ ଅଧିକାରୀଙ୍କ ଫୋନ୍ ଜବତ କଲା ସିବିଆଇ, ଲୋକ ପାଇଲଟଙ୍କୁ କରିବ ପଚରାଉଚୁରା

ଭୁବନେଶ୍ୱର : ବାହାନଗା ଟ୍ରେନ୍ ଦୁର୍ଘଟଣାର ଛାନଭିନ୍ କରୁଛି ସିବିଆଇ । ଦୁର୍ଘଟଣାର କାରଣ ଖୋଜିବା ପାଇଁ ତଦନ୍ତ କରୁଛି ସିବିଆଇ ଟିମ୍ । ଏଥି ମଧ୍ୟରେ ଦୁଇ ଦିନ ମଧ୍ୟରେ ସିବିଆଇ ତୃତୀୟ ଥର ପାଇଁ ବାହାନଗା ବଜାର ଷ୍ଟେସନରେ ପହଞ୍ଚିଛି । ବିଭିନ୍ନ ଦିଗରୁ ତଦନ୍ତ କରୁଛି ଦଳ ।
ଏହା ସହ ରେଳ ଅଧିକାରୀଙ୍କ ମୋବାଇଲ ଫୋନ୍ ଜବତ କରିନେଇଛି ସିବିଆଇ । ଘଟଣା ଦିନ ଓ ଏହା ପୂର୍ବରୁ ସେମାନେ କାହା ସହ କଥା ହୋଇଥିଲେ ଏବଂ ସୋଶାଲ ମିଡ଼ିଆରେ କହା ସହ କିଛି ତଥ୍ୟ ନେଣଦେଣ ହୋଇଛି କି ସେ ନେଇ କିବ ଖୋଳତାଡ଼ ।
ବାଲେଶ୍ୱର ବାହାନଗାରୁ ଏକ ବଡ ଅପଡେଟ୍ ଆସିଛି । ରେଳ ଅଧିକାରୀଙ୍କ ମୋବାଇଲ ଫୋନ୍ ସିଜ୍ କରାଯାଇଥିବା ସୂଚନା ମିଳିଛି । ସିବିଆଇ ପକ୍ଷରୁ କରାଯାଉଥିବା ଟେକ୍ନିକାଲ ଯାଞ୍ଚ ସମୟରେ ଅଧିକାରୀଙ୍କ ମୋବାଇଲ ଫୋନ୍ ସିଜ୍ କରାଯିବା ସହ କଲ୍ ରେକର୍ଡକୁ ମଧ୍ୟ ଯାଞ୍ଚ କରାଯାଉଛି । ଏହା ସହିତ ହ୍ୱାଟ୍ଅପ୍ ଭଳି ସୋସିଆଲ ମିଡିଆରୁ ମଧ୍ୟ ତଥ୍ୟ ସଂଗ୍ରହ କରାଯାଉଛି ।
ସିବିଆଇର ଅନ୍ୟ ଏକ ଟିମ୍ ଭୁବନେଶ୍ୱରରେ ରହିଛନ୍ତି । ଭୁବନେଶ୍ୱୀର ଡାକ୍ତଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ଲୋକ ପାଇଲଟଙ୍କୁ ସିବିଆଇ ଟିମ୍ ପଚରାଉଚରା କରିପାରେ ବୋଲି ଅନୁମାନ କରାଯାଉଛି ।
ଜୁନ୍ 2 ସନ୍ଧ୍ୟା ପ୍ରାୟ 7 ଟା ସମୟରେ କରମଣ୍ଡଳ ଏକ୍ସପ୍ରେସ୍ ସହ ଯଶୱନ୍ତପୁର-ହାୱଡ଼ ସୁପରଫାଷ୍ଟ ଓ ଏକ ମାଲବାହୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ବର୍ତ୍ତମାନ ସୁଦ୍ଧା 288 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ ।












Click it and Unblock the Notifications