HAL ରେ ଚଢାଉ କରି ଦୁଇ କର୍ମଚାରୀଙ୍କୁ ଉଠାଇନେଲା ସିବିଆଇ
କୋରାପୁଟର ସୁନାବେଡ଼ାରେ ଥିବା ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ରେ ସିବିଆଇ ଚଢାଉ କରିଛି । ଚଢଉ କରି ସିବିଆଇ ଦୁଇ କର୍ମଚାରୀଙ୍କୁ ଉଠାଇନେଇଛି ।

ଭୁବନେଶ୍ୱର: କୋରାପୁଟର ସୁନାବେଡ଼ାରେ ଥିବା ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ରେ ସିବିଆଇ ଚଢାଉ କରିଛି । ଚଢଉ କରି ସିବିଆଇ ଦୁଇ କର୍ମଚାରୀଙ୍କୁ ଉଠାଇନେଇଛି । ଡକ୍ୟୁମେଣ୍ଟ ଲିକ ଅଭିଯୋଗରେ ଉଭୟଙ୍କୁ ଉଠାଇ ନେଇଛି ସିବିଆଇ । କର୍ମଚାରୀ ଦୁଇ ଜଣ ହେଲେ ଦେବାଶିଷ କୁମାର ନାୟକ ଓ ସତ୍ୟଜିତ ଖାଡେଙ୍ଗା ।
ହନିଟ୍ରାପରେ ଫସି ଡାଟା ଲିକ କରିଥିବା ସୂଚନା ମିଳିଛି । ନାସିକ ବ୍ରାଞ୍ଚ ସୂଚନା ଆଧାରରେ ସୁନାବେଡା ହାଲ୍ ପରିସରରେ ଛାପା କରିଥିଲା ସିବିଆଇ । କୋରାପୁଟର ଏକ ଅଜ୍ଞାତ ସ୍ଥାନରେ ଦୁଇଜଣଙ୍କୁ ରଖି ପଚରା ଉଚରା କରୁଛି ସିବିଆଇ । ଜଣେ ଯୁବତୀଙ୍କ ଇସାରାରେ କରୁଥିଲେ ଡାଟା ଲିକ୍ । ନାସିକର ଜଣେ ମହିଳାଙ୍କ ଇଙ୍ଗିତରେ ଡାଟା ଚୋରି ଅଭିଯୋଗ ହୋଇଛି । ନାସିକରୁ 4 ଜଣିଆ ସିବିଆଇ ଟିମ୍ କୋରାପୁଟ୍ ଆସି ତଦନ୍ତ ଚଳାଇଛି ।
ଦେବାଶିଷ କୁମାର ନାୟକଙ୍କ ଲାପଟୋପ ଓ ହାର୍ଡ ଡିସ୍କ ଜବତ କରିଛି ସିବିଆଇ । ସତ୍ୟଜିତ ଖାଡେଙ୍ଗା ଆସେମ୍ବଲି ବିଭାଗର ଅଧିକାରୀ । ଘଟଣାର ତଦନ୍ତ ପରେ ଅଧିକ ତଥ୍ୟ ଆସିପାରେ।












Click it and Unblock the Notifications