ବନ୍ଧା ହେଲେ କୋଟିପତି ଡାକ୍ତର, ଘରୁ ମିଳିଥିଲା ବିଦେଶୀ ମୁଦ୍ରା ଓ ପୁଳା ପୁଳା ଟଙ୍କା
ପାରାଦ୍ୱୀପ: କୋଟିପତି ଡାକ୍ତରଙ୍କୁ ବାନ୍ଧିଲା ସିବିଆଇ । ପାରାଦୀପ ପୋର୍ଟ ବନ୍ଦର ସ୍ୱାସ୍ଥ୍ୟ ସଙ୍ଗଠନର ଅଧିକାରୀ ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କ ଘରେ ଗତକାଲି ସିବିଆଇ ରେଡ୍ ହୋଇଥିଲା । ସିପିଂ କମ୍ପାନୀ ଠାରୁ 50 ହଜାର ଟଙ୍କା ଲାଞ୍ଚ ନେବା ବେଳେ ପ୍ରଥମେ ସିବିଆଇ ତାଙ୍କୁ ଧରିଥିଲା । ପରେ ତାଙ୍କର ଅଫିସ୍, ଭଡ଼ା ଘର ଓ ନିଜ ଘରେ ସିବିଆଇ ରେଡ୍ କରିଥିଲା ।

ରାତି ସାରା ପାରାଦୀପ ଅଫିସ୍ ସମେତ ପାରାଦୀପରେ ଥିବା ଭଡ଼ା ଘର, ବାଲେଶ୍ୱରରେ ଥିବା ପୈତୃକ ଘର ଓ କଟକରେ ରହୁଥିବା ଘରେ ଚଢାଉ କରିଥିଲା ସିବିଆଇ । ଚଢାଉ ବେଳେ କୋଟିଏରୁ ଅଧିକ ଟଙ୍କା ଜବତ କରାଯାଇଥିଲା । ଏହା ସହ ବହୁ ପରିମାଣର ବିଦେଶୀ ମୁଦ୍ରା ମଧ୍ୟ ଜବତ ହୋଇଥିଲା । ଏପରିକି ବିଦେଶୀ ମଦ, ଦାମୀ ସିଗାରେଟ୍ ସିବିଆଇ ମଧ୍ୟ ଜବତ କରିଥିଲା । ଏହା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ବି ଜବତ ହୋଇଛିୁ ।
ରାତି ସାରା ରେଡ୍ ପରେ ଡାକ୍ତର ରାଜେନ୍ଦ୍ର ପାଣିଗ୍ରାହୀଙ୍କୁ ଗିରଫ କରାଯାଇଛି । ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟକୁ ଅଣାଯାଇଛି । ପାରାଦୀପ ଭୁଇଁଆ ଛକରେ ଥିବା କାର୍ଯ୍ୟାଳୟରେ ଟଙ୍କା ନେଉଥିବା ବେଳେ ମାଡି ବସିଥିଲା ସିବିଆଇ ।
ପାରାଦୀପ ବନ୍ଦରକୁ ଆସୁଥିବା ଜାହାଜର କ୍ରିୟୁ ମେମ୍ବରଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରୁଥିବା ଓ ଏହାର ରିପୋର୍ଟ ପାଇଁ ରାଜେନ୍ଦ୍ର ନାରାୟଣ ଅନେକ ସମୟରେ ବିଭିନ୍ନ ସିପିଂ ଏଜେଂଟଙ୍କ ଠାରୁ ଜୁଲମ କରି ଟଙ୍କା ନେଉଥିବା ଅଭିଯୋଗ ହୋଇ ଆସୁଥିଲା । ଗୁରୁବାର ସିବିଆଇର ଅଧିକାରୀ ମାନେ ତାଙ୍କୁ ଲାଞ୍ଚ ନେଉଥିବା ବେଳେ ଟଙ୍କା ସହ ଧରିଥିଲେ ।
ତେବେ ରେଡ୍ ସମୟରେ କେତେ ପରିମାଣର ଟଙ୍କା ଓ ବିଦେଶୀ ନୋଟ ମିଳିଛି ତାହାର ଆକଳନ କରାଯାଇନାହିଁ । ଗତକାଲି ସନ୍ଧ୍ୟାରୁ ସିବିଆଇର 10 ଜଣିଆ ଟିମ ଚଢଉ ଜାରି ରଖିଥିଲେ । ଜଣେ ଡାକ୍ତରଙ୍କ ଘରୁ ଏତେ ପରିମାଣର ଟଙ୍କା ଓ ବିଦେଶୀ ମୁଦ୍ରା ମିଳଇବା ଦେଖି ସିବିଆଇ ମଧ୍ୟ ଚକ୍କିତ ହୋଇଯାଇଥିଲା ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications