ପାଣି ପିଇବା ହେଲା କାଳ, ମହାନଦୀରେ ଭାସିଗଲେ ଶହ ଶହ ଗୋରୁ
ବୌଦ୍ଧ: ନଦୀରେ ଭାସିଗଲେ ଶହ ଶହ ଗୋରୁ । ପାଣି ପିଇବାକୁ ନଦୀକୁ ଯାଇଥିବା ବେଳେ ହଠାତ୍ ମାଡ଼ି ଆସିଲା ପାଣି । ବଢି ପାଣିରେ ଭାସିଗଲେ ଗୋରୁପଲ । ଲୋକଙ୍କ ଆଖି ସାମ୍ନରେ ଘଟିଗଲା ଏଭଳି ହୃଦୟବିଦାରକ ଦୃଶ୍ୟ । ସମସ୍ତେ ଦେଖୁଥିଲେ ହେଲେ କେହି କିଛି କରି ପାରୁନଥିଲେ । ବଢି ପାଣି ଆଗରେ ବି ହାର୍ ମାନିଗଲେ ଶହ ଶହ ଗୋରୁ ।

ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଙ୍ଗାରେ । ପାଣି ପିଇବାକୁ ନଦୀକୁ ଯାଇଥିବା ବେଳେ ହଠାତ୍ ମାଡି ଆସିଲା ପାଣି । ଶହ ଶହ ଗାଈଗୋରୁ ଭାସି ଯାଇଛନ୍ତି । ହୀରାକୁଦ ଜଳଭଣ୍ଡାରରେ ଗେଟ୍ ଖୋଲିବା ପରେ ମହାନଦୀରେ ଜଳସ୍ତର ବୃଦ୍ଧି ପାଇଛି ।
ପରେ ସ୍ଥାନୀୟ ଲୋକ ଓ ଗାଈଆଳଙ୍କ ସହାୟତାରେ ଗୋରୁ ପଲଙ୍କୁ ଉଦ୍ଧାର କରାଯାଇଥିଲା ।












Click it and Unblock the Notifications