ଲୋନ୍ ସ୍କାମ୍ ମାମଲା; ସୌମ୍ୟଙ୍କ ନାଁରେ ଇଓଡବ୍ଲୁରେ ମାମଲା ରୁଜୁ
ଭୁବନେଶ୍ୱର: ଓଡ଼ିଶାର ଦୈନିକ ଖବର କାଗଜ ସମ୍ବାଦର ମୁଖ୍ୟ ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ରୁଜୁ ହୋଇଛି ମାମଲା । ସମ୍ବାଦର ପୂର୍ବତନ କର୍ମଚାରୀଙ୍କ ଅଭିଯୋଗକ୍ରମେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ)ରେ ମାମଲା ରୁଜୁ ହୋଇଛି । ମାମଲାରେ ସମ୍ବାଦର ମୁଖ୍ୟ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ମାନବ ସମ୍ବଳ ବିଭାଗର ମୁଖ୍ୟ ବୈଜୟନ୍ତୀ କରଙ୍କୁ ଅଭିଯୁକ୍ତ କରାଯାଇଛି ।

ସେମାନଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ୫୦୬, ୪୬୭, ୪୬୮, ୪୭୧, ୪୨୦ ଏବଂ ୧୨୦ (ଖ) ଧାରାରେ ମାମଲା ରୁଜୁ ହୋଇଛି । କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଏବେ ଅଭିଯୁକ୍ତଙ୍କୁ ଡାକି ଜେରା କରିବ ବୋଲି ଜଣାପଡିଛି ।
ଉଲ୍ଲେଖଥାଉକି, ଗତକାଲି ସମ୍ବାଦର ଜଣେ ପୂର୍ବତନ ଜିଲ୍ଲା ପ୍ରତିନିଧି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଲୋନ୍ ଦୁର୍ନୀତି ଅଭିଯୋଗ ଆଣିଥିଲେ । ସେହିଭଳି ଇଷ୍ଟର୍ଣ୍ଣ ମିଡିଆର ମାନବ ସମ୍ବଳ ଅଧିକାରୀଙ୍କ ବିରୋଧରେ ଚାକିରିରୁ ବହିଷ୍କାର କରିବା ଧମକ ଭଳି ବିଭିନ୍ନ ଅଭିଯୋଗ କରିଥିଲେ ।
ଓକିଲଙ୍କ ସହାୟତାରେ EOWରେ ଅଭିଯୋଗ କରିଛନ୍ତି ପୂର୍ବତନ କର୍ମଚାରୀ । କର୍ମଚାରୀଙ୍କ ନାଁରେ ଫେକ୍ ଆକାଉଣ୍ଟରେ ଲୋନ୍ ଉଠାଯାଇଥିବା ଅଭିଯୋଗ ହୋଇଛି । କର୍ମଚାରୀଙ୍କ ଅଜାଣତରେ ସମ୍ବାଦ କର୍ତ୍ତୃପକ୍ଷ ଲୋନ୍ ଉଠାଇଥିବା ନେଇ ଅଭିଯୋଗ ଆସିଛି । ଫେକ୍ ଆକାଉଣ୍ଟରେ 5 ଲକ୍ଷ ଟଙ୍କା ଲୋନ୍ ଉଠା ଯାଇଥିବା ଅଭିଯୋଗ କରିଛନ୍ତି ପୂର୍ବତନ କର୍ମଚାରୀ ।
ଅଭିଯୋଗକାରୀଙ୍କ ଅନୁସାରେ, ଇଷ୍ଟର୍ଣ୍ଣ ମିଡିଆର ତତକାଳୀନ ଏମଡି ତଥା ବର୍ତ୍ତମାନର ମୁଖ୍ୟ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଭିନ୍ନ କର୍ମଚାରୀ ଏବଂ ସାମ୍ବାଦିକଙ୍କ ଫେକ୍ ସାଲାରି ସାର୍ଟିଫିକେଟ୍ ଜରିଆରେ କର୍ମଚାରୀଙ୍କ ନାଁରେ ବିଭିନ୍ନ ବ୍ୟାଙ୍କରୁ ଋଣ ଉଠାନ୍ତି । ଏହି ଋଣ ଟଙ୍କା ସୌମ୍ୟରଞ୍ଜନ ପଟ୍ଟନାୟକ ହଡ଼ପ କରିନିଅନ୍ତି । କର୍ମଚାରୀମାନେ ଋଣ କରିବାକୁ ମନାକଲେ ସେମାନଙ୍କୁ ଚାକିରିରୁ ବହିଷ୍କାର କରିବା ଲାଗି ମଧ୍ୟ ଧମକ ଦିଆଯାଇଥାଏ ବୋଲି ସଂପୃକ୍ତ ଅଭିଯୋଗକାରୀ EOWକୁ ଜଣାଇଛନ୍ତି ।












Click it and Unblock the Notifications