ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : କାର୍-ଟ୍ୟାଙ୍କର ଧକ୍କାରେ ବାପା, ମାଆ, ଝିଅଙ୍କ ମୃତ୍ୟୁ

କୋରାପୁଟ : ଗତକାଲି ଗଞ୍ଜାମ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଖବରର କୋହ ମନରୁ ଯାଇ ନଥିବା ବେଳେ ଆଜି ସକାଳୁ ଆଉ ଏକ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । କୋରାପୁଟ ଜିଲ୍ଲା ପଟାଙ୍ଗି ଅଞ୍ଚଳରେ କାର୍ ସହ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହେବା ଫଳରେ ଗୋଟିଏ ପରିବାରର ତିନିଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ବାପା, ମାଆ ଏବଂ 6 ବର୍ଷର ଝିଅର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । କିନ୍ତୁ ମୃତକଙ୍କ ପରିଚୟ ମିଳିପାରିନାହିଁ ।

accident

ମିଳିଥିବା ସୂଚନା ଅନୁସାରେ, ମଙ୍ଗଳବାର ସକାଳ ପ୍ରାୟ 6 ଟା ବେଳେ ଦୁର୍ଘଟଣା ଘଟିଛି । ଜୟପୁରରୁ (OD 10 P 5912) ନମ୍ବରର ଏକ କାରରେ ପରିବାରର ତିନି ଜଣ ବିଶାଖାପାଟଣା ଯାଉଥିଲେ । ସାମ୍ନା ପଟୁ ଦାମନଯୋଡ଼ି ଅଭିମୁଖେ ଆସୁଥିବା ଆସୁଥିବା ଏକ ଟ୍ୟାଙ୍କର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ହିଁ ସ୍ୱାମୀ, ସ୍ତ୍ରୀ ଏବଂ 6 ବର୍ଷର ଝିଅର ମୃତ୍ୟୁ ହୋଇଛି ।

ଖବର ପାଇ ପଟାଙ୍ଗି ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ଏହାସହ ଟ୍ୟାଙ୍କର ଡ୍ରାଇଭରଙ୍କୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+