ନୂଆ କଟକଣା: ଛାତ ଉପରେ ରଥଯାତ୍ରା ଦେଖିବା ମନା
ମହାପ୍ରଭୁଙ୍କ ରଥଯାତ୍ରାକୁ ଭକ୍ତମାନେ ଛାତ ଉପରେ ଦେଖିପାରିବେ ନାହିଁ। ଶ୍ରଦ୍ଧାଳୁମାନେ ରଥଯାତ୍ରା ସମୟରେ ଘରେ ରହିବାକୁ କୁହାଯାଇଛି। ସେହିପରି ପୁରୀ ବଡ଼ଦାଣ୍ଡରେ ଥିବା ସମସ୍ତ ହୋଟେଲକୁ ସର୍ଭେ କରି ଖାଲି କରାଯିବ।
ଭୁବନେଶ୍ୱର: ଚଳିତ ବର୍ଷ ମଧ୍ୟ କରୋନା କଟକଣା ଭିତରେ ଅନୁଷ୍ଠିତ ହେବ ରଥଯାତ୍ରା। ତେବେ ଏନେଇ ନୂଆ କଟକଣା ଲାଗୁ ହୋଇଛି। ମହାପ୍ରଭୁଙ୍କ ରଥଯାତ୍ରାକୁ ଭକ୍ତମାନେ ଛାତ ଉପରେ ଦେଖିପାରିବେ ନାହିଁ। ଶ୍ରଦ୍ଧାଳୁମାନେ ରଥଯାତ୍ରା ସମୟରେ ଘରେ ରହିବାକୁ କୁହାଯାଇଛି। ସେହିପରି ପୁରୀ ବଡ଼ଦାଣ୍ଡରେ ଥିବା ସମସ୍ତ ହୋଟେଲକୁ ସର୍ଭେ କରି ଖାଲି କରାଯିବ। ପୁରୀ ସହରରେ ରଥଯାତ୍ରା ବେଳେ କର୍ଫ୍ୟୁ ବଳବତ୍ତର ରହିବା ସହ ରାଥଯାତ୍ରାର ପୂର୍ବ ରାତି ଓ ପରଦିନ ଅପରାହ୍ନ ପର୍ଯ୍ୟନ୍ତ ଏହି କର୍ଫ୍ୟୁ ଜାରି ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି ରଥଯାତ୍ରା ଏବଂ ବାହୁଡ଼ା ଯାତ୍ରା ବେଳେ ମଧ୍ୟ କଟକଣା ଲାଗୁ କରିବାକୁ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିସାରିଛି। ଆଗାମୀ ଦୁଇଦିନ ମଧ୍ୟରେ ଏନେଇ ସବିଶେଷ ତଥ୍ୟ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି। ଆସନ୍ତା ୧୨ ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପଡ଼ୁଥିବାରୁ ଏହାକୁ ନେଇ ସ୍ୱତନ୍ତ୍ର ଏସଓପି ଲାଗୁ କରାଯିବ। ତେବେ ଚଳିତ ବର୍ଷ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବାରୁ ରଥଯାତ୍ରାରେ ସାମିଲ ହେବାକୁ ଥିବା ସେବାୟତ, ପୋଲିସ ଓ ପ୍ରଶାସନିକ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।












Click it and Unblock the Notifications