ପୋଲରୁ 20 ଫୁଟ୍ ତଳକୁ ଖସିଲା କାର, ତିନି ଗୁରୁତର ଆହତ
ସୁନ୍ଦରଗଡ଼: ପୋଲ ତଳକୁ ଖସିଲା କାର୍ । ପ୍ରାୟ 20 ଫୁଟ୍ ତଳକୁ ଖସିଲା କାର୍ । ବଣାଇ ମହୁଲପଦା ଫୁଲଝର ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏଥିରେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି ।

ଆହତ ତିନି ଗୁରୁତରଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ରାଉରକେଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । କେନ୍ଦୁଝରରୁ ରାଉରକେଲାକୁ ଆସୁଥିବାବେଳେ ଏଭଳି ଅଘଟଣ ଘଟିଛି । ଆହତମାନେ କେନ୍ଦୁଝର ଜିଲ୍ଲା କାଦଡ଼ିଆ ଗାଁର ଅଜିତ ମାହାନ୍ତ, ଓମକାର ବେହେରା ଓ ଯଦୁମଣି ମହାକୁଡ଼ ବୋଲି ଜଣାପଡିଛି । ଅଜିତ ଓ ଓମକାରଙ୍କ ଅବସ୍ଥା ଗୁରୁତର ରହିଛି ।
ମିଳିଥିବା ସୂଚନା ଅନୁସାରେ, ଓମକାର କାର୍ ଚଲାଉଥିଲେ । ବିଳମ୍ବିତ ରାତିରେ ଏମାନେ ରାଉରକେଲାକୁ ଆସୁଥିବାବେଳେ ଭାରସାମ୍ୟ ହରାଇ କାରଟି ପୋଲତଳକୁ ଖସିପଡିଥିଲା । ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଅଜିତ ଏବଂ ଓମକାରଙ୍କ ଅବସ୍ଥା ସଙ୍କାପର୍ଣ୍ଣ ହେବାରୁ ତାଙ୍କୁ ରାଉଲକେଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।












Click it and Unblock the Notifications