ପ୍ରାଥମିକ ଶିକ୍ଷକ ଆନ୍ଦୋଳନ, ଆଲୋଚନା ପାଇଁ CMO ରୁ ଆସିଲା ଡାକରା
ଭୁବନେଶ୍ୱର: ଗତ କିଛି ଦିନ ଧରି ରାଜ୍ୟର ଲକ୍ଷାଧିକ ପ୍ରାଥମିକ ଶିକ୍ଷକ ଆନ୍ଦୋଳନରେ ବସିଥିଲେ । ଏହା ପରେ ବର୍ତ୍ତମାନ ସେମାନଙ୍କ ସହ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଡାକରା ଆସିଛି । ଆସନ୍ତା 23 ତାରିଖ ସନ୍ଧ୍ୟା 5 ଟା ରେ ହେବ ଆଲୋଚନା । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏହି ଆଲୋଚନା ହେବ । ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଲୋଚନା ହେବ ।

ଆନ୍ଦୋଳନରୁ ଓହରିଥିବା ଶିକ୍ଷକ ସଂଘକୁ ଆଲୋଚନା ପାଇଁ ଡକାଯାଇଛି । ଏନେଇ ସୂଚନା ଦେଇଛନ୍ତି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ମହାସଚିବ ।
ସୂଚନା ଅନୁସାରେ ସେପ୍ଟେମ୍ୱର 18 ତାରିଖ ଦିନ ଆନ୍ଦୋଳନ ସ୍ଥଗିତ ରଖିଲେ ପ୍ରାଥମିକ ଶିକ୍ଷକ । ସ୍ଥଗିତ ହେବା ନେଇ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ଏନେଇ ସୂଚନା ଦେଇଥିଲେ ମହାସଂଘର ମହାସଚିବ ଚାରୁଲତା ମହାପାତ୍ର । ସେହି ଆନ୍ଦୋଳନ ବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ହସ୍ତକ୍ଷେପ ଲୋଡିଥିଲା ସଂଘ । ଆଉ ସଂଘର ଦାବିକୁ ଦୃଷ୍ଟିରେ ରଖି ଶିକ୍ଷକ ମହାସଂଘକୁ CMO ଅଫିସରୁ ଡାକରା ଆସିଛି ।
ଗ୍ରେଡ୍ ପେ' ବୃଦ୍ଧି, ପ୍ରାଥମିକ ଶିକ୍ଷାରେ ଠିକା ଶିକ୍ଷକ ନିଯୁକ୍ତି ଉଚ୍ଛେଦ ଓ 2017 ରୁ ପୁରୁଣା ପେନସନ ଲାଗୁ କରିବା ସହ 2020 ମାର୍ଚ୍ଚ ପହିଲାରୁ ବନ୍ଦ ଥିବା ଇନକ୍ରିମେଣ୍ଟ ପ୍ରଦାନ, ଗଣଶିକ୍ଷକମାନଙ୍କୁ ନିୟମିତ କରିବା, ଓଆରଏସ୍ପି-2017 ର ବକେୟା 50 ପ୍ରତିଶତ ପ୍ରଦାନ କରିବା ସହିତ ନିୟମିତ ଶିକ୍ଷକ ଭଳି ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇବା ଦାବି କରାଯାଇଛି । ଚଳିତମାସ 8 ତାରିଖରେ ପ୍ରାଥମିକ ସ୍କୁଲ ଶିକ୍ଷକ-ଶିକ୍ଷୟିତ୍ରୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଥିଲେ ।
ଆସନ୍ତା ଡିସେମ୍ବର ମାସ ସୁଦ୍ଧା ଦାବି ପୂରଣ ନେଇ ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ ସଂଘ ପକ୍ଷରୁ ଆନ୍ଦୋଳନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ପ୍ରାଥମିକ ଶିକ୍ଷକ ମହାସଂଘ ମହାସଚିବ ସୂଚନା ଦେଇଛନ୍ତି । ଶିକ୍ଷକଙ୍କ ଦାବିକୁ ସରକାର ଗୁରୁତ୍ୱର ସହ ନେବା ସହ ସେଥିପାଇଁ ସମୟ ନେଇଛନ୍ତି । ଏହି ସମୟ ମଧ୍ୟରେ ସରକାର ଶିକ୍ଷକଙ୍କ ଦାବି ପ୍ରସଙ୍ଗରେ ନିଷ୍ପତ୍ତି ଗ୍ରହଣ କରିବେ ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications