ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା, 2 ମୃତ ଏବଂ 40 ରୁ ଅଧିକ ଆହତ

ନିଶ୍ଚିନ୍ତକୋଇଲି: ସକାଳୁ ସକାଳୁ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କଟକ-ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ କଟରପଡ଼ା କଳା ପୋଲ ନିକଟରେ ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି । ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ଏହା ସହ ବସରେ ଥିବା 40 ଯାତ୍ରୀ ଆହତ ହୋଇଛନ୍ତି । ଦମକଳ ବାହିନୀ ସହ ସ୍ଥାନୀୟ ପୋଲିସ ପହଞ୍ଚି ଉଦ୍ଧାର କାମ ଜାରି ରଖିଛନ୍ତି । ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ପଠାଯାଇଛି ।

accident

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳ 7.30 ରେ ମନୋରମା ବସ ଚାନ୍ଦବାଲିରୁ କଟକ ଯାଉଥିବା ବେଳେ ସାମ୍ନା ପଟୁ ଆସୁଥିବା ଏକ 10 ଚକିଆ ଟ୍ରକକୁ ମୁହାଁମୁହିଁ ପିଟିଥିଲା । ଫଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ବସରେ ଥିବା 40 ଜଣ ଯାତ୍ରୀ ଆହତ ହୋଇଥିବା ଜଣାଯାଇଛି । ବସରେ ଦୁଇ ଜଣ ବର୍ତ୍ତମାନ ଫସିଛନ୍ତି । ଦମକଳ ବାହିନୀ ସହ ସ୍ଥାନୀୟ ପୋଲିସ ପହଞ୍ଚି ଉଦ୍ଧାର କାମ ଜାରି ରଖିଛନ୍ତି । ଗ୍ୟାସ୍ କଟର ଯୋଗେ ବସ୍ ଓ ଟ୍ରକକୁ କାଟି ଉଦ୍ଧାର କରାଯାଉଛି ।

ଯାତ୍ରୀଙ୍କ କହିବା ଅନୁସାରେ, କୁହୁଡି ଯୋଗୁଁ ରାସ୍ତା ଭଲଭାବରେ ଦେଖା ଯାଉନଥିଲା । ଏହି ସମୟରୁ ସାମ୍ନା ପଟୁ ଆସୁଥିବା ଏକ 10 ଚକିଆ ଟ୍ରକ ସହ ଧକ୍କା ହୋଇଥିବା ଅନୁମାନ କରାଯାଉଛି । ଟ୍ରକରେ ଥିବା ଡ୍ରାଇଭର ଓ ହେଲପରଙ୍କ ବାବଦରେ କୌଣସି ତଥ୍ୟ ମିଳିପାରିନାହିଁ । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+