ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା, 15 ଆହତ
ସୁନ୍ଦରଗଡ଼: ସକାଳୁ ସକାଳୁ ଏକ ଦୁଃଖଦ ଖବର ସାମ୍ନାକୁ ଆସଛି । ଏକ ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛନ୍ତି । ଫଳରେ 15 ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ 10 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଆହତଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରୁ ଗୁରୁତରମାନଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି ।

ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲି ଥାନା ଯାତ୍ରା ଖମଣ ନିକଟରେ ଏହି ଟ୍ରକ୍-ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ବସରେ ରେ 30 ଜଣ ଯାତ୍ରୀ ଥିଲେ ।
ସୂଚନା ଅନୁସାରେ, ଗତ ରାତିରେ 'ଅନୁପମା' ନାମକ ବସ୍ ପ୍ରାୟ 30 ଯାତ୍ରୀଙ୍କୁ ନେଇ ଭୁବନେଶ୍ୱର ରୁ ରାଉରକେଲା ଅଭିମୁଖେ ଯାଉଥିଲା । ବସ୍ଟି ଟିକାୟତପାଲି ଥାନା ଯାତ୍ରା ଖମଣ ଅଞ୍ଚଳ ରାତି ପ୍ରାୟ 3ଟା ବେଳେ ଅତିକ୍ରମ କରିଥିଲା । ଉକ୍ତ ସମୟରେ ବିପରୀତ ଦିଗରୁ ଆସୁଥିବା ଟ୍ରକ୍ଟି ବସ୍କୁ ମୁହାଁମୁହିଁ ପିଟିଥିଲା । ଫଳରେ ଉଭୟ ବସ୍ ଓ ଟ୍ରକ୍ର ସମ୍ମୁଖର ଭାଗ ସମ୍ପୂର୍ଣ୍ଣ ଚୂରମାର ହୋଇ ଯାଇଛି । ବସ୍ରେ ଥିବା ଯାତ୍ରୀଙ୍କ ମଧ୍ୟରୁ 15 ଜଣ ଆହତ ହୋଇଛନ୍ତି ।
ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହାପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ତୁରନ୍ତ ଗୁରୁତର ଓ ଆହତଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରୁ ଗୁରୁତରମାନଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି । ପୁଲିସ୍ ଏହି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଟ୍ରକ୍ ଡ୍ରାଇଭରଙ୍କ ପତ୍ତା ମିଳିପାରିନି ।












Click it and Unblock the Notifications