Get Updates
Get notified of breaking news, exclusive insights, and must-see stories!

ଜିଦ୍ ରେ ଅଟଳ ଘରୋଇ ବସ୍ ମାଲିକ ସଂଘ, 20 ତାରିଖ ସକାଳ 6 ଟାରୁ ଗଡ଼ିବନି ଘରୋଇ ବସ୍

ଭୁବନେଶ୍ୱର: ଦାବି ମାନିଲେନି ସରକାର । ନିଜ ଜିଦ୍ ଅଟଳ ରହିଲେ ଘରୋଇ ବସ୍ ମାଲିକ ସଂଘ । କାଲି (20 ଅକ୍ଟୋବର) ସକାଳ 6 ଟା ରୁ ଗଡ଼ିବନି ଘରୋଇ ବସ୍ । ଏ ନେଇ ନିଷ୍ପତ୍ତି ନେଇଛି ଘରୋଇ ବସ୍ ମାଲିକ ସଂଘ ।

ଦାବି ନେଇ ଲିଖିତ ପ୍ରତିଶ୍ରୁତି ନ ମିଳିବାରୁ ଏପରି ନିଷ୍ପତ୍ତି ନେଇଛି ଘରୋଇ ବସ୍ ମାଲିକ ସଂଘ । ଏହା ପରେ କାଲି ସକାଳ 6 ଟାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କୌଣସି ଘରୋଇ ବସ୍ ଚଳାଚଳ କରିବ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀ କରି ଧର୍ମଘଟ ନେଇ ସୂଚନା ଦେଇଛନ୍ତି ବସ୍ ମାଲିକ ସଂଘ ।

bus strike

ଏହା ସହ ପୂଜା ଛୁଟି ଆରମ୍ଭ ହେଉଥିବାରୁ ଏହାର ପ୍ରଭାବ ସିଧାସଳଖ ଯାତ୍ରୀଙ୍କ ଉପରେ ପଡ଼ିବ । ପୂଜା ସମୟରେ ବସ୍ ଚଳାଚଳ ବନ୍ଦ ରହୁଥିବାରୁ ଯାତ୍ରୀଙ୍କୁ କ୍ଷମା ମାଗିଛି ବସ ମାଲିକ ସଂଘ । ଲକ୍ଷ୍ନୀ ବସ୍ ଯୋଜନାକୁ ବିରୋଧ କରି ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଛି ।

ଆଜି ରାଜ୍ୟ ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ଧର୍ମଘଟ ନେଇ ଘୋଷଣା କରିଛି ଘରୋଇ ବସ୍ ମାଲିକ ସଂଘ । ବୈଠକ ପରେ ଏହି ନିଷ୍ପତ୍ତି ନେଇଛି ସଂଘ । ସରକାର ଘରୋଇ ବସ୍ ମାଲିକ ସଂଘକୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାକୁ ପାଳନ କରି ନାହାଁନ୍ତି । ତେଣୁ କାଲି ସକାଳ 6 ଟାରୁ ରାଜ୍ୟର ପ୍ରାୟ 14 ହଜାର ଘରୋଇ ବସ୍ ବନ୍ଦ ରହିବ । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ ଜାରି ରହିବ ।

ଘରୋଇ ବସ୍ ମାଲିକ ସଂଘ ସଫେଇ ରଖି କହିଛି, ଲକ୍ଷ୍ମୀ ଯୋଜନା ନେଇ ସରକାର ଘରୋଇ ବସ ମାଲିକଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାକୁ ପାଳନ କରିନାହାନ୍ତି । ଲକ୍ଷ୍ମୀ ଯୋଜନାରେ ବସ ଚଳାଚଳ ଦର କମ ରହୁଛି । ସମାନ ସମୟରେ ଲକ୍ଷ୍ମୀ ଓ ଘରୋଇ ବସ ଚଳାଚଳ କରୁଛି । ବ୍ଲକ ମୁଖ୍ୟାଳୟରୁ ଜିଲ୍ଲା ମୁଖ୍ୟାଳୟକୁ ଲକ୍ଷ୍ମୀ ବସ ଗଡୁଛି । ଏହା ସରକାରଙ୍କ ପ୍ରତିଶ୍ରୁତିର ବିରୁଦ୍ଧାଚରଣ କରୁଛି ।

ଏସବୁ ଭିତରେ ବିଭିନ୍ନ ବସଷ୍ଟାଣ୍ଡରେ ଦେଖିବାକୁ ମିଳିଛି ଯାତ୍ରୀଙ୍କ ଭିଡ଼ । କାଲି ଠାରୁ ବସ୍ ଧର୍ମଘଟ କରିବାକୁ ବସ୍ ମାଲିକ ସଂଘ ଡାକରା ଦେଇଥିବାରୁ, ପୂଜା ପୂର୍ବରୁ ଆଜିଠାରୁ ଘରମୁହାଁ ଯାତ୍ରୀ । ବସଷ୍ଟାଣ୍ଡରେ ଲାଗିଛି ଯାତ୍ରୀଙ୍କ ଭିଡ । ପୂଜା ପୂର୍ବରୁ ଏଭଳି ସ୍ଥିତି ହେଉଥିବା ବେଳେ ଆଗାମୀ ଦିନରେ ଏହାର ପ୍ରଭାବ ସାଧାରଣ ଯାତାୟତ ଉପରେ ପଡ଼ିବ ବୋଲି ଆଶଙ୍କା କରାଯାଉଛି ।

ବସ୍‌ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ ଏନେଇ ସୂଚନା ଦେଇଛନ୍ତି । ଅନିଚ୍ଛା ସତ୍ତ୍ୱେ ବାଧ୍ୟ ହୋଇ ଧର୍ମଘଟ କରୁଛୁ । ପୂଜା ସମୟରେ ଯାତ୍ରୀଙ୍କୁ ହଇରାଣ କରିବା ଉଦ୍ଦେଶ୍ୟ ନୁହେଁ । ଏନେଇ ଯାତ୍ରୀଙ୍କଠାରେ କ୍ଷମା ପ୍ରାର୍ଥନା କରୁଛୁ ବୋଲି କହିଛି ବସ୍‌ ମାଲିକ ସଂଘ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+