ଲକ୍ଷ୍ମୀ ବସ୍ ଯୋଜନାକୁ ବିରୋଧ, 10 ରୁ ବସ୍ ଧର୍ମଘଟ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନାକୁ ଓଡ଼ିଶା ବସ୍ ମାଲିକ ସଂଘ ର ବିରୋଧ । ଏହି ଯୋଜନାକୁ ବିରୋଧ କରି ସାରା ରାଜ୍ୟରେ ହେବ ବସ୍ ଧର୍ମଘଟ । ଏ ନେଇ ଅଲ୍ ଓଡିଶା ବସ୍ ମାଲିକ ସଂଘ ସାଧାରଣ ପରିଷଦରେ ନିଷ୍ପତ୍ତି ହୋଇଛି ।
ଅକ୍ଟୋବର 10 ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ରାଜ୍ୟବ୍ୟାପୀ ହେବ ଘରୋଇ ବସ୍ ଧର୍ମଘଟ । ଅଲ୍ ଓଡିଶା ବସ୍ ମାଲିକ ସଂଘ ସାଧାରଣ ପରିଷଦରେ ହୋଇଛି ଏହି ନିଷ୍ପତ୍ତି । ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନାକୁ ପରିଷଦରେ ତୀବ୍ର ବିରୋଧ କରାଯାଇଥିଲା ।

ସୂଚନାଥାଉକି, ଆସନ୍ତା 2 ତାରିଖରେ ମାଲକାନଗିରିରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ ହେବ । ତେଣୁ ସେଦିନ କେବଳ ଅବିଭକ୍ତ କୋରାପୁଟ ଜିଲ୍ଲାର କୋରାପୁଟ, ମାଲକାନଗିରି, ଜୟପୁର ଏବଂ ନବରଙ୍ଗପୁରକୁ କୌଣସି ଘରୋଇ ବସ୍ ଚଳାଚଳ କରିବ ନାହିଁ । ତାପରେ ଅକ୍ଟୋବର 10 ରୁ ସାରା ରାଜ୍ୟରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ ଚାଲିବ ।
ଗାଁରୁ ବ୍ଲକ ହେଡକ୍ବାର୍ଟରକୁ ଯାତ୍ରୀ ପରିବହନ ସୁଗମ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଲକ୍ଷ୍ମୀ ବସ୍ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ଯାହାକି ଘରୋଇ ବସ୍ ମାଲିକଙ୍କୁ ଘୋର କ୍ଷତି ପହଞ୍ଚାଇବା ସହ ଏହା ଉପରେ ନିର୍ଭର କରି ଚଳୁଥିବା ହଜାର ହଜାର କର୍ମଚାରୀଙ୍କ ପେଟ ପାଟଣାକୁ ଲାତ ବୋଲି କହିଛି ଘରୋଇ ବସ୍ ମାଲିକ ସଂଘ ।
ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ପରିବହନ କମିଶନର । ଯଦି କୌଣସି ଜିଲ୍ଲାରେ ଘରୋଇ ବସ୍ ଓ ଲକ୍ଷ୍ମୀ ବସ୍ ଟାଇମିଂ ସମାନ ରୁହେ, ତେବେ ଏନେଇ ସ୍ଥାନୀୟ ଆରଟିଓ ଓ ବସ ମାଲିକ ସଂଘ ଆଲୋଚନା କରି ଚୂଡାନ୍ତ ନିଷ୍ପତ୍ତି ନେବେ ।












Click it and Unblock the Notifications