ବସ୍ ଧର୍ମଘଟ: ଡିସେମ୍ବର 1 ରୁ ବସ୍ ଧର୍ମଘଟ, ନଭେମ୍ବର ୨୨ରୁ ବିଧାନସଭା ସମ୍ମୁଖରେ ଧାରଣାରେ ବସିବେ ମାଲିକ
ଭୁବନେଶ୍ୱର: ରାଜ୍ୟବାପୀ ହେବ ବସ୍ ଧର୍ମଘଟ । ଡିସେମ୍ବର 1 ରୁ ସାରା ରାଜ୍ୟରେ ହେବ ବସ୍ ଧର୍ମଘଟ । ଏ ନେଇ ଘରୋଇ ମାଲିକ ସଂଘର ନିଷ୍ପତ୍ତି ନେଇଛି । ମାଲିକ ସଂଘ କର୍ମକର୍ତ୍ତା ବରଦା ଆଚାର୍ଯ୍ୟ ଏନେଇ ସୂଚନା ଦେଇଛନ୍ତି । ଏହା ରହ ନଭେମ୍ବର 22 ରୁ ବିଧାନସଭା ସମ୍ମୁଖରେ ମାଲିକ ଧାରଣାରେ ବସିବେ ।

ସୂଚନାଥାଉକି, ଏହା ପୂର୍ବରୁ ବସ୍ ଧର୍ମଘଟ ନେଇ ଡାକରା ଦେଇଥିଲା ଘରୋଇ ବସ୍ ମାଲିକ ସଂଘ । ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନା କୁ ବିରୋଧ କରି ଏହି ଡାକ୍ରା ଦେଇଥିଲା ଘରୋଇ ବସ୍ ମାଲିକ ସଂଘ । କିନ୍ତୁ ଦଶହରା ସମୟରେ ବସ୍ ଚଳାଚଳ ନ କରିବାରୁ ବହୁ ଯାତ୍ରୀ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଏହା ପରେ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ସହ ଆଲୋଚନା ପରେ 31 ତାରିଖ ଯାଏଁ ବସ୍ ଧର୍ମଘଟ ସ୍ଥଗିତ ରହିଥିଲା ।
ବର୍ତ୍ତମାନ ପୁଣି ଡିସେମ୍ବର ପହିଲାରୁ ରାଜ୍ୟବାପୀ ବସ୍ ଧର୍ମଘଟ କରିବା ନେଇ ନିଷ୍ପତ୍ତି ନେଇଛି ସଂଘ ।












Click it and Unblock the Notifications