ଘାଟି କୁ ଓଲଟିପଡ଼ିଲା ବସ୍, 20 ରୁ ଅଧିକ ଯାତ୍ରୀ ଆହତ
ଗଜପତି: ଘାଟି କୁ ଓଲଟିପଡ଼ିଲା ବସ୍ । ଫଳରେ 20 ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଗଜପତି ଜିଲ୍ଲା ଅଡବା ଥାନା କୁଡିକିମା ଗାଁ ନିକଟରେ ଇନ୍ଦପୁର ଘାଟିରେ ଘଟିଛି ଏଙି ଦୁର୍ଘଟଣା ।
ଭାରସାମ୍ୟ ହରାଇ ଇନ୍ଦ୍ରପୁର ଘାଟିକୁ ଯାତ୍ରୀବାହୀ ବସ୍ ଟି ଓଲଟି ପଡିଛି । ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । 7 ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ ଆଜି ଯାତ୍ରୀବାହୀ ବସ୍ ଟି ଲଦିଗୁଡ଼ାରୁ ମୋହନା ଅଭିମୁଖେ ଯାଉଥିଲା । ଏହି ସମୟରେ ଇନ୍ଦ୍ରପୁର ଘାଟିରେ ବସ୍ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଫଳରେ ବସ୍ ରେ ଥିବା ଯାତ୍ରୀ ଆହତ ହୋଇଛନ୍ତି ।
ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ବିରିକୋଟ ମେଡିକାଲ୍ ଭର୍ତି କରିଥିଲା । ପରେ ଯାତ୍ରୀମାନଙ୍କୁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି ।












Click it and Unblock the Notifications