Get Updates
Get notified of breaking news, exclusive insights, and must-see stories!

ପାଣିକୋଇଲି ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍, 14 ଆହତ

ଯାଜପୁର : ପୁଣି ଏକ ବସ୍ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିଛି । ଫଳରେ 14 ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଜଣେ ଶିଶୁ ଅଛନ୍ତି ।

accident

ଆଜି ଅପରାହ୍ନ ପ୍ରାୟ 5 ଟା ସମୟରେ ଯାଜପୁର ଜିଲ୍ଲା ପାଣିକୋଇଲି-ଜହ୍ନା ରାସ୍ତାର ଜହ୍ନା ଛକରେ ଏହି ଦୁର୍ଘଟଣା ଘଟିଛି । ଦୃତଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଯାତ୍ରୀବାହୀ ବସ୍‌ଟି ଓଲଟି ପଡ଼ିଥିବା ନେଇ କହିଛନ୍ତି ପ୍ରତ୍ୟେକ୍ଷଦର୍ଶୀ ।

ବସ୍‌ ଟି ପାଣିକୋଇଲିରୁ ଯାଜପୁର ରୋଡ ଦେଇ କରଞ୍ଜିଆ ଯାଉଥିଲା । ବସ୍‌ରେ ପ୍ରାୟ 40 ଜଣ ଯାତ୍ରୀ ଥିଲେ । ରାସ୍ତା କଡ଼କୁ ବସ୍‌ଟି ଓଲଟିପଡ଼ିବା ପରେ ସ୍ଥାନୀୟ ଲୋକେ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ଖବର ପାଇ କଳିଙ୍ଗନଗର ଏଡିଏମ୍‌ ଓ ସ୍ଥାନୀୟ ପୋଲିସ ପହଞ୍ଚି ଆହତଙ୍କୁ ଯାଜପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ଆହତ ଯାତ୍ରୀମାନଙ୍କ ମଧ୍ୟରୁ 14 ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+