ଘାଟିରେ ଖସିଲା ବସ୍, 20 ରୁ ଅଧିକ ଯାତ୍ରୀ ଆହତ
ଫୁଲବାଣୀ: ଘାଟିରେ ତଳକୁ ଖସିପଡ଼ିଲା ବସ୍ । ଫଳରେ 20 ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଫୁଲବାଣୀ ରାଣୀପଥର ଘାଟିରୁ ବସଟି ତଳକୁ ଖସିପଡ଼ିଛି । ଭାରସାମ୍ୟ ହରାଇ ବସ୍ ଟି ଘାଟି ତଳକୁ ଖସି ପଡ଼ିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ବୌଦ୍ଧ-କନ୍ଧମାଳ ସୀମାନ୍ତରେ ଓଏସଆରଟିସି ବସ୍ ଦୁର୍ଘଟଣାଗସ୍ତ ହୋଇଛି । ଭୋରୁ ଭୋରୁ ମୋଟ 40 ଜଣ ଯାତ୍ରୀଙ୍କୁ ନେଇ ଫୁଲବାଣୀରୁ ଅନୁଗୁଳ ଯାଉଥିଲା ସରକାରୀ ବସ୍ । ଫୁଲବାଣୀ ରାଣୀପଥର ଘାଟି ନିକଟରେ ଭାରସାମ୍ୟ ହରାଇ ବସଟି ତଳକୁ ଖସି ପଡ଼ିଥିଲା । ଫଳରେ ବସରେ ଥିବା 20 ଅଧିକ ଯାତ୍ରୀ ଆହତ ହୋଇଛନ୍ତି ।
ସେମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରର ରେସକ୍ୟୁ ଅପରେସନ୍ ବେଶ୍ କଷ୍ଟଦାୟକ ଥିଲା । ବସ୍ଟି ଓଲଟି ପଡିଥିବାରୁ ସେ ଭିତରୁ ଜଣ ଜଣଙ୍କୁ ବାହାର କରିବାକୁ ପଡିଥିଲା । ବସ୍ର କାଚ ଭାଙ୍ଗି ସେଥିରୁ ଯାତ୍ରୀଙ୍କୁ ବାହାରକୁ ଅଣାଯାଇଥିଲା ।












Click it and Unblock the Notifications