ଅଳ୍ପକେ ବର୍ତ୍ତିଲେ ଯାତ୍ରୀ, ବ୍ରିଜ୍ ଉପରେ ଓହଳିଛି ବସ୍
କଟକ: ଟଳିଲା ବଡ଼ ଦୁର୍ଘଟଣା । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ବ୍ରିଜ୍ ଉପରେ ଓହଳି ରହିଛି ବସ୍ । ଏମିତି ଏକ ଭୟଙ୍କର ଦୁର୍ଘଟଣା ଦେଖିବାକୁ ମିଳିଛି ମହାନଦୀ ବ୍ରିଜ୍ ଉପରେ ।
ବାଙ୍କୀର ଜାତମୁଣ୍ଡିଆ-ସୁବର୍ଣ୍ଣପୁର ବ୍ରିଜ ଉପରେ ଓହଲି ରହିଛି ଏକ ଯାତ୍ରୀବାହୀ ବସ୍ । ବସ୍ ବ୍ରିଜ୍ର ସାଇଡ୍ ୱାଲ୍କୁ ଧକ୍କା ଦେଇ ଆଗକୁ ମାଡ଼ି ଯାଇଥିଲା । ତେବେ ବସ୍ଟି ମହାନଦୀରେ ପଡ଼ି ନଥିଲା । ବସ୍ଟି ବ୍ରିଜ୍ ଉପରେ ଝୁଲି ରହିଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଓହ୍ଲାଇ ଆସିଥିଲେ ।

ବସ୍ଟି ଅନୁଗୁଳରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । କେମିତି ଏଭଳି ଏକ ଘଟଣା ଘଟିଲା, ତାହା ସ୍ପଷ୍ଟ ହୋଇନାହିଁ । କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି ।
ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମବାହିନୀ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି । ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲେ ବି 10 ରୁ ଅଧିକ ଯାତ୍ରୀ ଆହାତ ହୋଇଛନ୍ତି । ଗାଡିର କାଚ ଓ ଜରୁରୀ ଦ୍ୱାର ଭାଙ୍ଗି ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଛି । ହେଲେ ଦୁର୍ଘଟଣାର କାରଣ ଜଣାପଡିନାହିଁ । ଡ୍ରାଇଭର ନିଶାସକ୍ତ ଥିଲେ କି ଯାନ୍ତ୍ରିକ ତୃଟିପାଇଁ ଏଭଳି ଦୁର୍ଘଟଣା ଘଟିଛି ତାହା ତଦନ୍ତ କରାଯାଉଛି ।












Click it and Unblock the Notifications