ଲୋକଙ୍କ ଉପରେ ମହଙ୍ଗା ମାଡ଼, ବଢିଲା ବସ୍ ଭଡ଼ା
ପେଟ୍ରୋଲ, ଜିଡେଲ ଓ ଗ୍ୟାସ ଦର ବଢୁଥିବା ବେଳେ ଆଜି ପୁଣି ବଢିଛି ବସ୍ ଭଡ଼ା । ଏବେ ସାଧାରଣ ଲୋକ ସବୁ ସମୟରେ ନିର୍ଭରଶୀଳ ଥିବା ଏହି ଗମନାଗମନ ଉପରେ ଏବେ ଦେବାକୁ ପଡିବ ଅଧିକ ଟଙ୍କା ।
ଭୁବନେଶ୍ୱର : ସାଧାରଣ ଲୋକଙ୍କ ମୁଣ୍ଡ ଉପରେ ମହଙ୍ଗା ମାଡ଼ । ପେଟ୍ରୋଲ, ଜିଡେଲ ଓ ଗ୍ୟାସ ଦର ବଢୁଥିବା ବେଳେ ଆଜି ପୁଣି ବଢିଛି ବସ୍ ଭଡ଼ା । ଏବେ ସାଧାରଣ ଲୋକ ସବୁ ସମୟରେ ନିର୍ଭରଶୀଳ ଥିବା ଏହି ଗମନାଗମନ ଉପରେ ଏବେ ଦେବାକୁ ପଡିବ ଅଧିକ ଟଙ୍କା ।

ଡିଜେଲ ଦର ବୃଦ୍ଧି ପାଇଥିବାରୁ ରାଜ୍ୟରେ ବଢ଼ିଛି ବସ୍ ଭଡ଼ା । ସାଧାରଣ ବସ୍ ଭଡ଼ାରେ କିଲୋମିଟର ପିଛା ୮୦ ପଇସାରୁ 5 ପଇସା ବୃଦ୍ଧି ପାଇ ୮୫ ପଇସାରେ ପହଞ୍ଚିଛି । ସେହିପରି ଏକ୍ସପ୍ରେସ ବସ୍ ଭଡ଼ାରେ ବଢିଛି 5ପଇସା । ଏଥିରେ କିଲୋମିଟର ପିଛା ଦେବାକୁ ହେବ 89 ପଇସା । ଯାହାକୁ ପୂର୍ବରୁ 84 ପଇସା ଥିଲା । ଡିଲକ୍ସ ବସରେ ଯାଉଥିବା ଯାତ୍ରୀଙ୍କୁ କିଲୋମିଟର ପିଛା ଦେବେ 1 ଟଙ୍କା 21 ପଇସା । ଏ.ସି ଡିଲକ୍ସ ବସ୍ ଭଡ଼ା 1 ଟଙ୍କା 39 ପଇସାରୁ ବଢ଼ି ହୋଇଛି 1ଟଙ୍କା 49 ପଇସା । ସେହିପରି ସୁପର ପ୍ରିମିୟମ ବସରେ କିଲୋମିଟର ପିଛା ଭଡ଼ା 2 ଟଙ୍କା 17 ପଇସାରୁ 2 ଟଙ୍କା 32 ପଇସାକୁ ବୃଦ୍ଧି ପାଇଛି ।
ତେଲ ଦର ବୃଦ୍ଧି ପାଇବା କାରଣରୁ ରାଜ୍ୟରେ ବସ ଭଡ଼ା ବୃଦ୍ଧି କରାଯାଇଛି । ଏ ନେଇ ରାଜ୍ୟ ଘରୋଇ ବସ ମାଲିକ ସଂଘର ସମ୍ପାଦକ ସୂଚନା ଦେଇଛନ୍ତି । ତେବେ ଲଗାତାର ଭାବେ ରାଜ୍ୟରେ ବସ ଭଡ଼ା ବୃଦ୍ଧିକୁ ନେଇ ଯାତ୍ରୀଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଛି ।
-
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ -
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
କ୍ଷେପଣାସ୍ତ୍ର ମାଡ଼ରେ ଗୋଡ଼ ହରାଇଲେ ଇରାନର ନୂଆ ସୁପ୍ରିମ ଲିଡର୍ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ପୁଣି ଖସିଲା ସୁନା-ରୂପା ରେଟ୍ -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର












Click it and Unblock the Notifications