Get Updates
Get notified of breaking news, exclusive insights, and must-see stories!

ଚଳନ୍ତା ବସ୍ ରେ ଅସୁସ୍ଥ ହୋଇପଡ଼ିଲେ ଡ୍ରାଇଭର, ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସିଲା ବସ୍

ଖୁଣ୍ଟୁଣି: ଚଳନ୍ତା ବସ୍ ରେ ହଠାତ୍ ଅସୁସ୍ଥ ହୋଇପଡ଼ିଲେ ଡ୍ରାଇଭର । ଫଳରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସି ପଡ଼ିଲା ବସ୍ । ଆଶ୍ୱସ୍ତିକର ଖବର ହେଉଛି ବସ୍ ରେ ଥିବା ସମସ୍ତ ଯାତ୍ରୀ ସୁସ୍ଥ ଅଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖୁଣ୍ଟୁଣି ନିକଟରେ ।

accident

ସୂଚନା ଅନୁସାରେ ମା ଭୁବନେଶ୍ୱରୀ ନାମକ ବସ୍ ଟି ଗତକାଲି ସନ୍ଧ୍ୟା ରେ ଭୁବନେଶ୍ୱରରୁ କୁଚିଣ୍ଡା ଅଭିମୁଖେ ବାହାରିଥିଲା । ଖୁଣ୍ଟୁଣି ନିକଟରେ ଏକ ଢାବାରେ ଖିଆପିଆ ପରେ ପୁଣି ଥରେ ବସ୍‌ଟି ଗନ୍ତବ୍ୟ ସ୍ଥଳ ଅଭିମୁଖେ ବାହାରିଥିଲା । ମାତ୍ର ହଠାତ୍‌ ଡ୍ରାଇଭରଜଣକ ଅସୁସ୍ଥ ହୋଇ ଷ୍ଟିଅରିଂ ଛାଡ଼ି ଦେଇଥିଲେ । ଫଳରେ ରାସ୍ତା କଡ଼କୁ ଖସିଯାଇଥିଲା ଚଳନ୍ତା ବସ୍‌ । ବସ୍‌ଟି କୁଚିଣ୍ଡା ଅଭିମୁଖେ ଯାଉଥିବା ବେଳେ ଭିତରେ 30 ପାଖାପାଖି ଯାତ୍ରୀ ଥିଲେ ।

ଦୁର୍ଘଟଣା ସ୍ଥଳରେ ଖୁଣ୍ଟୁଣି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ବସ୍‌ରୁ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଥିଲା । ଅସୁସ୍ଥ ହୋଇ ପଡ଼ିଥିବା ଡ୍ରାଇଭରଙ୍କୁ ଖୁଣ୍ଟୁଣୀ ମେଡିକାଲରେ ଭର୍ତ୍ତି କରାଯାଇଛି । ଚିକିତ୍ସା ପରେ ସେ ସୁସ୍ଥ ଥିବା ଜଣାଯାଇଛି । ବସ୍‌କୁ କ୍ରେନ୍ ସାହାଯ୍ୟରେ ଉଠାଯାଇଛି । ଏଥିସହ ଡ୍ରାଇଭରମାନଙ୍କୁ ଅନ୍ୟ ଏକ ଗାଡ଼ିରେ ଗନ୍ତବ୍ୟ ସ୍ଥଳ ଅଭିମୁଖେ ପଠାଇ ଦିଆଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+