ବସ୍-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା, 16 ଆହତ
ଭଦ୍ରକ: ଭଦ୍ରକରେ ବସ-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା ହୋଇଛି । ବରପଦା ନିକଟ ଅରଞ୍ଜି ଛକରେ ଯାତ୍ରୀବାହୀ ବସ ଓ ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା ହୋଇଛି । ବସଟି ଭଦ୍ରକରୁ ଯାତ୍ରୀଙ୍କୁ ନେଇ ଆସୁଥିଲା । ଦୁର୍ଘଟଣାରେ 16 ଜଣ ଯାତ୍ରୀ ଗୁରୁତର ହୋଇଥିବା ସୂଚନା ମିଳିଛି ।

ସମସ୍ତ ଆହତଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର ସହିତ ତଦନ୍ତ ଜାରି ରଖିଛି । ପ୍ରଥମ ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରିଥିବାବେଳେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରିଥିଲେ ।
ଧକ୍କା ହେବା ପରେ ବସ୍ ଟି ରାସ୍ତା କଡ଼କୁ ଓଲଟି ପଡ଼ିଥିବା ବେଳେ ଆମ୍ବୁଲାନ୍ସଟି ବିଲ ଭିତରକୁ ଛିଟିକି ପଡ଼ିଛି । ମିଳିଥିବା ସୂଚନା ଅନୁସାରେ, ଆମ୍ବୁଲାନ୍ସଟି ଜଣେ ଗର୍ଭବତୀଙ୍କୁ ନେଇ ଯାଉଥିଲା । ଆମ୍ବୁଲାନ୍ସର ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି ।












Click it and Unblock the Notifications