ଚକା ଫାଟିଯିବାରୁ ବିଲକୁ ପଶିଗଲା ବସ୍ , 14 ଆହତ
ସୁବର୍ଣ୍ଣପୁର: ଚକା ଫାଟିଯିବାରୁ ଭାରସାମ୍ୟ ହରାଇ ବିଲକୁ ପଶିଗଲା ବସ୍ । ସରକାରୀ ବସ୍ ଦୁର୍ଘଟଣାରେ 14 ଜଣ ଆହତ ହୋଇଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା କୁଶାମାଲ ଗାଁରେ ଏହି ଦୁର୍ଘଟଣା ଘଟିଛି ।
ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଥିମଧ୍ୟରୁ 3 ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି ।

ସୂଚନା ଅନୁସାରେ, ଆଜି ସକାଳେ ଯାତ୍ରୀବାହୀ ବସ୍ ଟି ଯାତ୍ରୀ ମାନଙ୍କୁ ନେଇ ବରଗଡରୁ ନବରଙ୍ଗପୁରକୁ ଯାଉଥିବାବେଳେ ହଠାତ୍ ବସଟିର ଚକା ଫାଟି ଯାଇଥିଲା । ଫଳରେ ବସଟି ଭାରସାମ୍ୟ ହରାଇ ବିଲ ଭିତରକୁ ପଶିଯାଇଥିଲା । ପରେ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପୋଲିସ ବସ୍କୁ ଜବତ କରି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ।












Click it and Unblock the Notifications