Budget Session: ଅଭିଭାଷଣରେ ଗୋପବନ୍ଧୁଙ୍କୁ ମନେପକାଇଲେ ମହାମହିମ, ଓଡ଼ିଆରେ ଗାଇଲେ ‘ମିଶୁ ମୋର ଦେହ...'
Budget Session: ଆର୍ଥିକ ବର୍ଷ 2024-25 ପାଇଁ ଆଜି ଠାରୁ ଆରମ୍ଭ ହୋଇଛି ବଜେଟ୍ ଅଧିବେଶନ । ଅନ୍ତରୀଣ ବଜେଟ୍ ଅଧିବେଶନ ପୂର୍ବରୁ ନୂଆ ସଂସଦ ଭବନରେ ଅଭିଭାଷଣ ରଖିଛନ୍ତି ମହମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ସମୟରେ ମୋଦୀ ସରକାରଙ୍କର 10 ବର୍ଷର ଉତ୍କର୍ଷତାକୁ ବଖାଣିଛନ୍ତି ମହାମହିମ । ନିଜ ଅଭିଭାଷଣରେ ବହୁ ପ୍ରତୀକ୍ଷିତ ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ଓ ଜମ୍ମୁ କାଶ୍ମୀରରୁ 370 ଧାରା ଉଚ୍ଛେଦର ପ୍ରସଙ୍ଗକୁ ସ୍ଥାନ ଦେଇଥିଲେ ରାଷ୍ଟ୍ରପତି ।

ଉଭୟ ଗୃହକୁ ସମ୍ବୋଧିତ କରିବା ସମୟରେ ଓଡ଼ିଆରେ ମଧ୍ୟ ଭାଷଣ ରଖିଥିଲେ ରାଷ୍ଟ୍ରପତି । ଉତ୍କଳମଣି ଗୋପବନ୍ଧୁଙ୍କ କାଳଜୟୀ କବିତାକୁ ମନେ ପକାଇଥିଲେ । ଓଡ଼ିଆ ଭାଷାରେ 'ମିଶୁ ମୋର ଦେହ ଏଦେଶ ମାଟିରେ...' କବିତାକୁ ଗାଇଥିଲେ । ଏପରିକି ଏହାକୁ ହିନ୍ଦୀ ଭାଷାରେ ମଧ୍ୟ ବୁଝାଇଥିଲେ ।
ଏହି ଅବସରରେ ନୂଆ ଭାରତ, ଶ୍ରେଷ୍ଠ ଭାରତ ସଂକଳ୍ପ ପାଇଁ ଆହ୍ୱାନ ଦେଇଛନ୍ତି । ସମ୍ବିଧାନ ଲାଗୁ ହେବାର 75 ବର୍ଷ ପୂରଣ ହୋଇ ସାରିଛି । ବହୁ ଲୋକଙ୍କ ଧୈର୍ଯ୍ୟ, ପ୍ରତୀକ୍ଷା, ତପସ୍ୟାର ଅବସାନ ଘଟିଛି । ରାମ ମନ୍ଦିର ଆକାଂକ୍ଷା ପୂରଣ ହୋଇଛି ବୋଲି କହିଛନ୍ତି ରାଷ୍ଟ୍ରପତି ।
ଅର୍ଥନୀତିକୁ ନେଇ ଗୋଲାପୀ ସ୍ୱପ୍ନ ଦେଖାଇଛନ୍ତି ମହାମହିମ । 25 କୋଟି ଦେଶବାସୀ ଗରିବୀରୁ ବାହାରକୁ ବାହାରିଛନ୍ତି ବୋଲି କହିଛନ୍ତି । ପୁରା ଭାରତବର୍ଷରେ 1 କୋଟି 40 ଲକ୍ଷ ଲୋକ GST ଦେଉଛନ୍ତି । 8 କୋଟି ଲୋକ ITR ଦାଖଲ କରୁଛନ୍ତି ବୋଲି କହିଛନ୍ତି ରାଷ୍ଟ୍ରପତି । ଯୁବଶକ୍ତିଙ୍କ ଅଦ୍ୟମ ଇଚ୍ଛା ଓ କିଛି କରି ଦେଖାଇବାର ସାହସ ବଳରେ ଆଜି ଭାରତର ଅର୍ଥ ବ୍ୟବସ୍ଥା ଶ୍ରେଷ୍ଠ 5ରେ ପହଞ୍ଚି ପାରିଛି ।
ଦେଶରେ ନକ୍ସଲବାଦ କମିଛି । ଭିତ୍ତିଭୂମି ବିକାଶ ପାଇଁ ବିଶ୍ୱବାସୀଙ୍କ ଆସ୍ଥା ବଢ଼ିଛି । ସୀମାବର୍ତ୍ତୀ ଅଞ୍ଚଳରେ ଭିତ୍ତିଭୂମି ଉପରେ ଗୁରୁତ୍ୱ ଦିଆ ଯାଉଛି । ସୀମାନ୍ତ ଗାଁକୁ ଶେଷ ନୁହେଁ, ପ୍ରଥମ ଗାଁ ଭାବେ ଦେଖୁଛୁ ବୋଲି କହିଛନ୍ତି ରାଷ୍ଟ୍ରପତି । ସ୍ଥିର ସରକାର ଯୋଗୁଁ ବିକାଶ ଦ୍ରୁତଗତିରେ ଆଗେଇ ଚାଲିଥିବା ମହାମହିମ ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ କହିଛନ୍ତି ।












Click it and Unblock the Notifications