Get Updates
Get notified of breaking news, exclusive insights, and must-see stories!

BSKY ଦୂର କଲା ଅର୍ଥ ବାଧକ, ଚିକିତ୍ସା ପାଇଲେ ଶିଶୁ କନ୍ୟା ତେଜସ୍ଵିନୀ

BSKY: ଚିକିତ୍ସା ପାଇଁ ଅର୍ଥ ବାଧକକୁ ଦୂର କରୁଛି ରାଜ୍ୟ ସରକାରଙ୍କ BSKY । ରାଜ୍ୟର ଗରିବ ଲୋକଙ୍କୁ ଉନ୍ନତ ମାନର ଚିକିତ୍ସା ବ୍ୟବସ୍ଥା କରାଇବାରେ ସହାୟକ ହେଉଛି ଏହି BSKY । ମାଗଣାରେ ଅତ୍ୟାଧୁନିକ ଚିକିତ୍ସା ଯୋଗାଇ ଗରିବଙ୍କ ପାଇଁ ସଞ୍ଜିବନୀ ପାଲଟିଛି ଏହି BSKY ।

BSKY

ବର୍ତ୍ତମାନ ଏହା ଦ୍ୱାରା ଉପକୃତ ହୋଇଛନ୍ତି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡପଡା ଗ୍ରାମ ନିବାସୀ ବିଭୁଦେନ୍ଦ୍ର ପ୍ରତାପ ଦାସଙ୍କ ଶିଶୁ କନ୍ୟା ତେଜସ୍ଵିନୀ । ଶିଶୁ କନ୍ୟାର ଅସୁସ୍ଥତା ବିଷୟ ଗଣମାଧ୍ୟମରୁ ଜାଣିବା ମାତ୍ରେ ତାଙ୍କର ଚିକିତ୍ସା ସହାୟତା ପାଇଁ ରାଜ୍ୟ ବିଏସ୍ କେୱାଇ ଟିମ୍ ତରଫରୁ କ୍ଷେତ୍ର ସ୍ତରୀୟ ପ୍ରଚେଷ୍ଠା ଆରମ୍ଭ ହୋଇଥିଲା ।

ତନ୍ତ୍ର ହେଲଥ ଟିମ୍ ସମ୍ପୃକ୍ତ ଗ୍ରାମକୁ ଯାଇ ତେଜସ୍ଵିନୀଙ୍କ ସମ୍ପର୍କୀୟ ଓ ପିତା ମାତଙ୍କ ସହ ଆଲୋଚନା କରିବା ସହ ଆବଶ୍ୟକୀୟ ପରାମର୍ଶ ଦେଇଛନ୍ତି । ସ୍ଥିତିର ଅନୁଧ୍ୟାନରୁ ଜଣାପଡିଛି ପରିବାରକୁ ୧୭୦୭୦୮୧୧୪୧୮ ନମ୍ବର କାର୍ଡରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍ କେୱାଇ) ଅନ୍ତର୍ଭୁକ୍ତ କରାଯାଇଛି । ତେଜସ୍ଵିନୀଙ୍କ ମା ଝିଲିଲତା ଶତପଥିଙ୍କ ନାମରେ କାର୍ଡ ଅଛି । ଚିକିତ୍ସା ପାଇଁ କାର୍ଡରେ ମଧ୍ୟ ଆବଶ୍ୟକୀୟ ଅର୍ଥ ମହଜୁଦ ଅଛି ।

ବର୍ତ୍ତମାନ ତେଜସ୍ଵିନୀଙ୍କୁ ଭୁବନେଶ୍ଵର ସ୍ଥିତ ଏମ୍ସ ହସ୍ପିଟାଲର ହେମାଟୋଲୋଜି ବିଭଗରେ ଚିକିତ୍ସା ଦିଆଯାଉଛି । ଚିକିତ୍ସା ପାଇଁ ଆବଶ୍ୟକୀୟ ଅର୍ଥ କାର୍ଡ ମାଧ୍ୟମରେ ହସ୍ପିଟାଲକୁ ରାଜ୍ୟ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଛି । ତେଜସ୍ଵିନୀର ଅବସ୍ଥା ଧୀରେ ଧୀରେ ସୁଧୁରୁଛି । ସେ ଶୀଘ୍ର ଆରୋଗ୍ୟ ଲାଭ କରିବେ ବୋଲି ବିଏସ୍କେୱାଇ ଟିମ୍ ତରଫରୁ ଆଶା ପ୍ରକଟ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+