ଶାଶୁଘରେ ବୋହୂ କ୍ରୀତଦାସ ନୁହେଁ : ଓଡ଼ିଶା ହାଇକୋର୍ଟ
ଶାଶୁଘରେ ବୋହୂକୁ ମାନବିକ ସମବେଜନା ମିଳିବା ଆବଶ୍ୟକ । କୌଣସି ଶାଶୁଘରେ ବୋହୂ କ୍ରୀତଗାସ ନୁହେଁ କିମ୍ବା କୌଣସି ବି ପରିସ୍ଥିତିରେ ବୋହୂକୁ କ୍ରୀତଦାସ ଭଳି ବ୍ୟବହାର କରାଯାଇପାରିବ ନାହିଁ ବୋଲି ଓଡ଼ିଶା ହାଇକୋର୍ଟ ରାୟ ଦେଇଛନ୍ତି ।
କଟକ : ଶାଶୁଘରେ ବୋହୂକୁ ମାନବିକ ସମବେଦନା ମିଳିବା ଆବଶ୍ୟକ । କୌଣସି ଶାଶୁଘରେ ବୋହୂ କ୍ରୀତଦାସ ନୁହେଁ କିମ୍ବା କୌଣସି ବି ପରିସ୍ଥିତିରେ ବୋହୂକୁ କ୍ରୀତଦାସ ଭଳି ବ୍ୟବହାର କରାଯାଇପାରିବ ନାହିଁ ବୋଲି ଓଡ଼ିଶା ହାଇକୋର୍ଟ ରାୟ ଦେଇଛନ୍ତି । ଯୌତୁକ ନେଇ ବଧୂ ନିର୍ଯ୍ୟାତନାର ଏକ ମାମଲାର ଶୁଣାଣି କରି ଏପରି ରାୟ ଦେବା ସହ ଅଭିଯୁକ୍ତ ସ୍ୱାମୀର ଜାମିନ ଆବେଦନ ଖାରଜ କରିଛନ୍ତି । ଓଡ଼ିଶା ହାଇକୋର୍ଟର ଜଷ୍ଟିସ୍ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଅଧିନରେ ଗଠିତ ଏକ ଖଣ୍ଡପୀଠ ଯୌତୁକ ନିର୍ଯ୍ୟାତନା ଓ ମରଣାନ୍ତକ ଆକ୍ରମଣ ନେଇ ହୋଇଥିବା ଏକ ମାମଲାରେ ଜାମିନ ଆବେଦନ ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁସାରେ, ଢେଙ୍କାନାଳ ଅଞ୍ଚଳରେ 2015ଫେବୃଆରୀ 20 ତାରିଖରେ ଏହି ବିବାହ ହୋଇଥିଲା । ଯୁବତୀଙ୍କ ବାପା ଯୌତୁକ ବାବଦକୁ 5 ଲକ୍ଷ ଟଙ୍କା, 20 ଭରି ସୁନାଗହଣା ସହିତ ଅନ୍ୟାନ୍ୟ ଜିନିଷପତ୍ର ଦେଇଥିଲେ । ବିବାହର ଦୁଇ ବର୍ଷ ପରେ ଅଧିକ ଯୌତୁକ ଦାବି କରି ଯୁବତୀଙ୍କୁ ଶାଶୂଘରେ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା । ସ୍ଥାନୀୟ ମୁରବିଙ୍କ ହସ୍ତକ୍ଷେପ ପରେ ଆପୋସ ବୁଝାମଣାରେ ସମାଧାନ ହୋଇଥିଲା । 6 ଜୁନ୍ 2020ରେ ଯୁବତୀଙ୍କୁ ତାଙ୍କ ସ୍ୱାମୀ ଓ ଶାଶୂଘରେ ଅନ୍ୟ କେତେକ ସଦସ୍ୟ ମାଡ଼ ମାରିବା ସହିତ ଆକ୍ରମଣ କରିଥିଲେ । ତାଙ୍କ ଦେହରେ ବାଇଡ଼ଙ୍କ ଲଗାଇ ଦେଇଥିଲେ । ସ୍ୱାମୀ ତାଙ୍କ ଉପରେ କିରାସିନି ଢ଼ାଳି ନିଆ ଲଗାଦେଇଥିବା ସ୍ତ୍ରୀ ଅଭିଯୋଗ କରିଥିଲେ ।












Click it and Unblock the Notifications