ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଘରେ ପଶିଲା ପାଣି
କଳାହାଣ୍ଡି: ଭାଙ୍ଗିଲା ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲର ବନ୍ଧ । କଲମପୁର ବ୍ଲକ ଦେପୁର ନିକଟରେ 40 ଫୁଟ ଘାଇ ସୃଷ୍ଟି ହୋଇଛି । ଫଳରେ ଗାଁ ଭିତରେ କେନାଲ ପାଣି ପଶିଯାଇଛି । ଲୋକଙ୍କ ଘରେ ମଧ୍ୟ ପାଣି ପଶିଯାଇଛି । ଶହ ଶହ ହେକ୍ଟର ଚାଷ ଜମି ମଧ୍ୟ ଜଳମଗ୍ନ ହୋଇଛି ।

ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଦେପୁର ଗାଁ ନିକଟରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ଘାଇ ହୋଇଥିଲା । ରାତିରେ ସମସ୍ତେ ଶୋଇଥିବା ବେଳେ ହଠାତ୍ ଗାଁ ଭିତରେ ପାଣି ପଶିଯାଇଥିଲା । ଘର ଭିତରେ ପାଣି ଦେଖି ଲୋକମାନେ କୌଣସିକ୍ରମେ ଘର ବାହାରକୁ ବାହାରିଥିଲେ । ଏପିରିକି ଘରର ଆଜବେଷ୍ଟ ଭାଙ୍ଗି ବାହାରକୁ ଆସିଥିଲେ ।
ସେପଟେ କେନାଲ ବନ୍ଧ ଭାଙ୍ଗିବା ପରେ ଗାଁ ରାସ୍ତାରେ 5 ଫୁଟ୍ ପାଣି ଚାଲିଛି । ଲୋକଙ୍କ ଘରେ ପାଣି ପଶି ଅନେକ ସାମଗ୍ରୀ ଏବଂ ଆସବାବପତ୍ର ନଷ୍ଟ ହୋଇଛି । ଘଟଣା ସ୍ଥଳରେ ଉପର ଇନ୍ଦ୍ରାବତୀ ଜଳ ସେଚନ ବିଭାଗର ବରିଷ୍ଠ ଅଧିକାରୀ, ସ୍ଥାନୀୟ ବିଡ଼ିଓ ଓ ତହସିଲଦାର ପହଞ୍ଚି କ୍ଷୟ କ୍ଷତିର ଆକଳନ କରୁଛନ୍ତି l
ଅନ୍ୟପଟେ କଲମପୁର ଅଗ୍ନିଶମ ବିଭାଗର ର୍କମଚାରୀ ପହଞ୍ଚି ଗାଁରେ ଜଳ ନିସ୍କାସନ ସହିତ ଜଳ ବନ୍ଦୀ ପରିବାର ମାନଙ୍କୁ ଉଦ୍ଧାର କରାଯାଉଛି । ରାଜସ୍ୱ ବିଭାଗର ତଦନ୍ତ ପରେ ପ୍ରକୃତ କ୍ଷୟ କ୍ଷତି ଜଣା ପଡ଼ିବ । ବର୍ତ୍ତମାନ କେନାଲର ମୁଖ୍ୟ ଗେଟକୁ ବନ୍ଦ କରି ଦିଆ ଯାଇଛି । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣ ରହିଛି ।
ପ୍ରାୟ 300 କୋଟି ଟଙ୍କା ବ୍ୟୟରେ ଦକ୍ଷିଣ ମୁଖ୍ୟ କେନାଲ ଦୁଇବର୍ଷ ଧରି ମରାମତି ଚାଲିଛି । ହେଲେ ସମ୍ପୃକ୍ତ ସ୍ଥାନରେ ଆଦୌ ମରାମତି ହୋଇନାହିଁ । ଫଳରେ ପୁରୁଣା ହୁଡ଼ା ରେ ନିୟମିତ ପାଣି ଝରି ଝରି କେନାଲ ବନ୍ଧ ଭାଙ୍ଗିଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ କେନାଲ ରେ ଗେଟ ବନ୍ଦ କରି ପାଣି ଉଠାଇ କିଛି ଚାଷୀ ନିଜ ଜମି କୁ ପାଣି ନେଉଛନ୍ତି । ଏଣୁ ଆବଶ୍ୟକତା ରୁ ଅଧିକ ପାଣି ରହିବା ଯୋଗୁଁ ପାଣି ଝରିବା ସ୍ଥାନରେ ଘାଇ ସୃଷ୍ଟି ହେଇଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ ପାଇଛି । ତେବେ ଆସନ୍ତା ଦିନ ଦୁଇ ଦିନ ମଧ୍ୟରେ ଘାଇ ମରାମତି କରାଯାଇ କେନାଲ ରେ ଜଳସେଚନ ର ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି ।
-
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ଯୁଦ୍ଧର ବଡ଼ ପ୍ରଭାବ ; ମିଳୁନି କ୍ରିକେଟ୍ ବଲ୍; ନୂଆ ସିଜିନ୍ ପୂର୍ବରୁ ବଢିଲା ଟେନସନ୍ -
୫ ବିଶ୍ୱନେତାଙ୍କ ସହ କଥା ହେଲେ ମୋଦି -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଗୃହକୁ ୧୧ଟା ୩୦ ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ












Click it and Unblock the Notifications