ପୂରୁବାଈ କନ୍ୟାଶ୍ରମ ଘଟଣାର ରିପୋର୍ଟରେ ଦ୍ୱନ୍ଦରେ ସ୍ୱାସ୍ଥ୍ୟ ବିଭାଗ
ଶ୍ରୀ ମିଶ୍ର କହିଛନ୍ତି ଏହି ଘଟଣାରେ ଆସିଥିବା ରିପୋର୍ଟ କୁ ନେଇ ଦ୍ୱନ୍ଦରେ ସ୍ୱାସ୍ଥ୍ୟ ବିଭାଗ । ଲକ୍ଷଣ ଥିବା ରୋଗୀଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥଇବା ବେଳେ ଲକ୍ଷଣ ନଥିବା ରୋଗୀଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି ।

ଭୁବନେଶ୍ୱର: ଗାନ୍ଧି ସେବାସଂଘ ପୁରୁବାଈ କନ୍ୟାଶ୍ରମରେ ମସ୍ତିଷ୍କ ଜ୍ୱର ଘଟଣାର ରିପୋର୍ଟ ଆସିବା ପରେ ଏହାକୁ ନେଇ ଦ୍ୱନ୍ଦରେ ପଡ଼ିଛି ସ୍ୱାସ୍ଥ୍ୟ ବିଭାଗ । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।
ଶ୍ରୀ ମିଶ୍ର କହିଛନ୍ତି ଏହି ଘଟଣାରେ ଆସିଥିବା ରିପୋର୍ଟ କୁ ନେଇ ଦ୍ୱନ୍ଦରେ ସ୍ୱାସ୍ଥ୍ୟ ବିଭାଗ । ଲକ୍ଷଣ ଥିବା ରୋଗୀଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥଇବା ବେଳେ ଲକ୍ଷଣ ନଥିବା ରୋଗୀଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଯେଉଁ ଦୁଇଜଣ ଗୁରୁତର ଥିଲେ, ଉଭୟଙ୍କର ରିପୋର୍ଟ ନେଗେଟିଭ ଆସିଛି । ବାକି ଅନ୍ୟମାନଙ୍କର ଯେଉଁ ଟେଷ୍ଟ ହୋଇଥିଲା ସେମାନଙ୍କ ମଧ୍ୟରୁ 7 ଜଣଙ୍କର ଜେଇ ପଜିଟିଭ ଆସିଛି । ହେଲେ ସେମାନଙ୍କର କୌଣସି ଜେଇ ଲକ୍ଷଣ ନାହିଁ । ଟେଷ୍ଟ ଚାଲିଛି । ଆଉ କିଛି ସମୟ ଲାଗିବ । ବର୍ତ୍ତମାନ ସୁଦ୍ଧା 17 ଜଣ ବାଲେଶ୍ୱରରେ, ସୋର ସିଏଚସିରେ 13 ଜଣ ଅଛନ୍ତି । ଦୁଇଜଣ ଡିସଚାର୍ଜ ହୋଇଛନ୍ତି ।
ପୂର୍ବରୁ ଗାନ୍ଧି ସେବାସଂଘ ପୁରୁବାଈ କନ୍ୟାଶ୍ରମରେ ରହି ପାଠପଢ଼ୁଥିବା ନୀଳଗିରି ଅଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କର ଜ୍ୱରରେ ମୃତ୍ୟୁ ହୋଇଯାଇଥିଲା । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପହଞ୍ଚି ଘଟଣାର ତଦନ୍ତ କରିବା ପରେ ଏହା ମସ୍ତିଷ୍କ ପ୍ରଦାହ ବୋଲି କହିଥିଲେ । ପରେ ବାଲେଶ୍ୱର ଜିଲ୍ଲାପାଳ ନିଜେ ଅସୁସ୍ଥଙ୍କ ସହିତ କଥା ହେବା ସହ କନ୍ୟାଶ୍ରମର ପରିପାର୍ଶ୍ୱିକ ସ୍ଥିତି ବୁଲି ଦେଖିଥିଲେ ।
ରୋଗାକ୍ରାନ୍ତ ଅନ୍ତେବାସିନୀଙ୍କ ଦେହ ହାତ ଫୁଲି ଯିବା ସହିତ ଜ୍ୱର ଓ କାଶ ଛାଡ଼ୁନି । ଏହି କନ୍ୟାଶ୍ରମର ୨୯ ଜଣକର ରକ୍ତ ନମୁନା ପରୀକ୍ଷା ପାଇଁ ଯାଇଥିଲା ବଳେ ୫ ଜଣଙ୍କୁ ଜାପାନୀଜ ଏନସେଫାଲାଟାଇଜ ହୋଇଥିବା ଜଣାପଡିଥିଲା ।












Click it and Unblock the Notifications