ସମ୍ବଲପୁର ପୀରବାବା ଛକରେ ବୋମାମାଡ଼, ତିନି ଆହତ
ସମ୍ବଲପୁର: ସହର ଭିତରେ ବୋମାମାଡ଼ । ସମ୍ବଲପୁରର ପୀରବାବା ଛକରେ ହୋଇଛି ବୋମାମାଡ଼ । ପୀରବାବ ଫ୍ଲାଏଓଭର ଉପରୁ ବୋମାମାଡ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ସନ୍ଧ୍ୟା ପ୍ରାୟ ଆଜି 6.30 ମଧ୍ୟରେ ହୋଇଛି ବୋମାମାଡ଼ ।
ଏଥିରେ ତିନି ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏହା ବାଦ୍ ଏକ ବୁଲେଟ୍ ର ପଛଭାଗ ସମ୍ପୂର୍ଣ୍ଣ ପୋଡ଼ିଯାଇଛି ।

ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଲାଗିରହିଥିବାବେଳେ ଘଟଣାସ୍ଥଳରେ ଉତ୍ତରାଞ୍ଚଳ ଡିଆଇଜି ଓ ଏସପି ପହଞ୍ଚି ତଦନ୍ତ କରିଛନ୍ତି । ଉତ୍ତ୍ୟକ୍ତଲୋକଙ୍କୁ ପୋଲିସ ବୁଝାସୁଝା କରିଛି । କିଏ ଓ କାହିଁକି ବୋମାମାଡ଼ କରିଛି ସେନେଇ କୌଣସି ସୂଚନା ମିଳିପାରିନି । ଉତ୍ତେଜନାକୁ ଦୃଷ୍ଟିରେ ରଖି ସିଆରପିଏଫକୁ ମୁତୟନ କରାଯାଇଛି ।
ଆଜି ପ୍ରାୟ ୬ଟାର ୬.୩୦ ମଧ୍ୟରେ ହୋଇଛି । ବୋମାମାଡ ପଛରେ ପୂର୍ବଶତ୍ରୁତା ନା ଅନ୍ୟ କିଛି କାରଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ଉତରାଂଚଳ ଆଇଜି ହିମାଂଶୁଲାଲ, ଏସପି ମୁକେଶ ଭାନୁ ଓ ଅନ୍ୟ ଅଧିକାରୀ ଉପସ୍ଥିତ ରହି ଲୋକଙ୍କୁ ବୁଝାସୁଝା କରିଛନ୍ତି । ଏହାପରେ ସ୍ଥାନୀୟ ଅଂଚଳରେ ପରିସ୍ଥିତି ଶାନ୍ତ ପଡିଛି । କିଏ ଓ କାହିଁକି ବୋମାମାଡ କଲା ତାହା ସ୍ପଷ୍ଟ ହୋଇନାହିଁ ।












Click it and Unblock the Notifications