Get Updates
Get notified of breaking news, exclusive insights, and must-see stories!

ରାଜଧାନୀ କାନ୍ଥବାଡ଼ରୁ ହଟିବ ଦଳୀୟ ପୋଷ୍ଟର-ବ୍ୟାନର

ଭୁବନେଶ୍ୱର: ଆଗକୁ ଅଛି ନିର୍ବାଚନ । ଏହା ପୂର୍ବରୁ ଲୋକଙ୍କ ଦୃଷ୍ଟିରେ ଆସିବା ଲାଗି ପୋଷ୍ଟର ମାରୁଛନ୍ତି ରାଜନୈତିକ ଦଳ । ରାଜଧାନୀର କାନ୍ଥବାଡ଼ରେ ଦଳୀୟ ପୋଷ୍ଟର ସହ ଲେଖାଯାଇଛି ସ୍ଲୋଗାନ । କିନ୍ତୁ ଏହି ସବୁ ବ୍ୟାନର-ପୋଷ୍ଟରକୁ ହଟାଯିବ । ଏ ନେଇ ବିଏମସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

poster baneer - bmc

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ବିଏମସି ଅଞ୍ଚଳରୁ ସମସ୍ତ ରାଜନୈତିକ ଦଳର ପୋଷ୍ଟର ହଟାଇବା ପାଇଁ କାର୍ଯ୍ୟ ଆରମ୍ଭ କରିଦେଇଛି ଭୁବନେଶ୍ୱର ମହାନଗର ନିଗମ । ରାଜଧାନୀର କାନ୍ଥ ବାଡ଼ରେ ଲାଗିଥିବା ଦଳୀୟ ପୋଷ୍ଟର, ବ୍ୟାନର ଓ ୱାଲ ପେଣ୍ଟିଂ ସବୁ ହଟାଯିବ । ଏନେଇ ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର ବିଜୟ ଅମୃତ କୁଲାଙ୍ଗେ ।

ପ୍ରତ୍ୟେକ ଥର ନିର୍ବାଚନ ପୂର୍ବରୁ ଏହି କାର୍ଯ୍ୟକ୍ରମ ହୋଇଥାଏ । ତେଣୁ ସମସ୍ତ ରାଜନୈତିକ ଦଳ ଗୁଡିକ ଏନେଇ ଅବଗତ ଅଛନ୍ତି ଏବଂ ଏହି କାମରେ ବିଏମସିକୁ ସହଯୋଗ କରୁଥିବା କମିଶନର ସୂଚନା ଦେଇଛନ୍ତି । 3 ଟି ଜୋନର ଜେଡିସିଙ୍କୁ ମଧ୍ୟ ଏହି ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ବିଏମସି କମିଶନର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+