Get Updates
Get notified of breaking news, exclusive insights, and must-see stories!

ବିଜେଡ଼ିର ଡେପୁଟି ମେୟର ପ୍ରାର୍ଥୀ ହେଲେ ମଞ୍ଜୁଲତା କହଁର

ବିଜେଡ଼ି ମଞ୍ଜୁଲତା କହଁରଙ୍କୁ ତାର ପ୍ରାର୍ଥୀ କରିଛି । ମଞ୍ଜୁଲତା କହଁର 22 ନମ୍ବର ୱାର୍ଡରୁ କର୍ପୋରେର ଭାବେ ନିର୍ବାଚିତ ହୋଇଛନ୍ତି ।

ଭୁବନେଶ୍ୱର : ଭୁବନେଶ୍ୱର ମେୟର ଓ କର୍ପୋରେଟରମାନଙ୍କ ଶପଥ ଗ୍ରହଣ ପରେ ବର୍ତ୍ତମାନ ଡେପୁଟି ମେୟର ନିର୍ବାଚନ ପାଇଁ ପ୍ରସ୍ତୁତି ଜାରି ରହିଛି । ଏଥିରେ ବିଜେଡ଼ି ମଞ୍ଜୁଲତା କହଁରଙ୍କୁ ତାର ପ୍ରାର୍ଥୀ କରିଛି ।

ମଞ୍ଜୁଲତା କହଁର 22 ନମ୍ବର ୱାର୍ଡରୁ କର୍ପୋରେର ଭାବେ ନିର୍ବାଚିତ ହୋଇଛନ୍ତି । ଏଥିସହିତ ସେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ପିଜି ପାଠ୍ୟକ୍ରମ ଶେଷ କରିଛନ୍ତି ।

manjulata Kanher

ଡେପୁଟି ମେୟର ପାଇଁ ଦିନ 11 ଟାରୁ 12 ଟା ଯାଏଁ ନାମାଙ୍କନ ପତ୍ର ଯାଞ୍ଚ ହେବ । ଦିନ ଗୋଟାଏ ସୁଦ୍ଧା ନାମାଙ୍କନ ପତ୍ର ପ୍ରତ୍ୟାହାର ହେବ । ଏକାଧିକ ପ୍ରାର୍ଥୀ ନାମାଙ୍କନ ଦାଖଲ କଲେ ଦିନ 1.30 ରୁ 30 ମଧ୍ୟରେ ଭୋଟ ନିଆଯିବ ।

ଆପଣଙ୍କୁ କହି ରଖୁଛୁ ଭୁବନେଶ୍ୱରରେ ମୋଟ 67 କର୍ପୋରେଟର ଆସନରୁ 48 ଟି ଆସନ ଅକ୍ତିଆର କରିଛି ବିଜେଡି । ବିଜେପି ନିକଟରେ ମାତ୍ର 10 ଟି ଆସନ ଥିବା ବେଳେ 9 ଆସନରେ ନିର୍ବାଚିତ ହୋଇଛନ୍ତି ସ୍ୱାଧୀନ ପ୍ରାର୍ଥୀ । ତେବେ ସ୍ୱାଧୀନଙ୍କ ଭିତରୁ ଏକାଧିକ ବିଜୟୀ ପ୍ରାର୍ଥୀ ବିଜେଡିରେ ଯୋଗଦେଇଛନ୍ତି । ବିଜେଡି ନିକଟରେ ବହୁମତ ଥିବାରୁ ଡେପୁଟି ମେୟର ବିଜେଡିର ମଞ୍ଜୁଲତା କହଁର ହେବା ଏକ ପ୍ରକାର ନିଶ୍ଚିତ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+