ଶ୍ରୀମନ୍ଦିରରେ ପଡ଼ିଲା ରକ୍ତର ଛିଟା

ମହାପ୍ରଭୁଙ୍କ ବଡ଼ ମହାସ୍ନାନ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ ଅନୁଷ୍ଠିତ ହୋଇଛି । ଯେଉଁଥିଲାଗି କିଛି ସମୟ ପାଇଁ ବନ୍ଦ ରହିଥିଲା ଶ୍ରୀମନ୍ଦିରେ ସାଧାରଣ ଦର୍ଶନ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Blood spatters

ଖବର ଅନୁଯାୟୀ, ଶୁକ୍ରବାର ଦିନ ଭୋର ସମୟରେ ମଙ୍ଗଳ ଆଳତୀ ପରେ ଭିତରକାଠ ନିକଟରେ ରକ୍ତର ଛିଟା ପଡ଼ିଥିବାର କିଛି ସେବାୟତ ଦେଖିଥିଲେ । ଏହାପରେ ତୁରନ୍ତ ପ୍ରଶାସନ ଓ ବରିଷ୍ଠ ସେବାୟତଙ୍କୁ ଜଣାଇଥିଲେ । ଶ୍ରୀମନ୍ଦିରରେ ରୀତିନୀତି ଅନୁସାରେ ବଡ଼ ମହାସ୍ନାନ ହେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଯାହାଫଳରେ କିଛି ସମୟ ପାଇଁ ବଡ଼ଦେଉଳରେ ସାଧାରଣ ଦର୍ଶନକୁ ବନ୍ଦ କରାଯାଇଥିଲା ।

ତେବେ ବଡ଼ଦେଉଳରେ ବଡ଼ମହାସ୍ନାନ ହେବା ସମୟରେ କିଛି ସେବାୟତଙ୍କୁ ଛାଡ଼ି ଅନ୍ୟକାହାକୁ ମନ୍ଦିର ମଧ୍ୟକୁ ପ୍ରବେଶ ନିଷେଧ ଥାଏ । ମହାପ୍ରଭୁଙ୍କ ଏହା ଗୁପ୍ତ ନୀତି ହୋଇଥିବାରୁ ଏପରି କରାଯାଏ । ତେବେ ଶୁକ୍ରବାର ଦିନ ମହାସ୍ନାନ ପରେ ବଡ଼ଦେଉଳରେ ଦର୍ଶନ ବ୍ୟବସ୍ଥା ସ୍ୱାଭାବିକ ରହିଛି ବୋଲି ସୂଚନା ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+