ଆତଙ୍କୀଙ୍କୁ ଘାରିଛି ଅଜଣା ବନ୍ଧୁକଧାରୀ ଭୟ , ଗୁଳିର ଶିକାର ହେଲା କୁଖ୍ୟାତ ଆତଙ୍କୀ ଅମୀର ହମ୍ଜା
ପାକିସ୍ତାନୀ ଆତଙ୍କୀଙ୍କୁ ଘାରିଛି ଅଜଣା ବନ୍ଧୁକଧାରୀ ଭୟ । ବାହାରକୁ ଗୋଡ଼ କାଢ଼ିଲେ ଏବେ ଗୋଡ଼ ଥରୁଛି । କାରଣ ବାହାରେ ଛକିଛି ଯମ । ଆଜି ସେମିତି ଜଣେ ଅଜଣା ବନ୍ଧୁକଧାରୀର ଗୁଳିର ଶିକାର ହୋଇଛି ଲସ୍କର-ଏ-ତଇବାର କୁଖ୍ୟାତ ଆତଙ୍କୀ ଅମୀର ହମ୍ଜା । ଲସ୍କରର ସହପ୍ରତିଷ୍ଠାତା ତଥା ସେକେଣ୍ଡ୍ ଇନ୍ କମାଣ୍ଡ୍ କୁହାଯାଉଥିବା ହମ୍ଜା ଆଜି ଲାହୋରରେ ଗୁଳି ଖାଇ ହସ୍ପିଟାଲରେ ଭର୍ତ୍ତି ହୋଇଛି । ବାଇକରେ ଆସି ଜଣେ ଅଜଣା ବନ୍ଧୁକଧାରୀ ହମ୍ଜା ଉପରକୁ ଗୁଳି ଚଳାଇଥିଲା । ତେବେ ପାକିସ୍ତାନରେ ଇଏ ନୂଆ କଥା ନୁହେଁ । ଗତ କିଛି ବର୍ଷ ଭିତରେ ଅଜଣା ବନ୍ଧୁକଧାରୀ ଗୁଳିର ଶିକାର ହେଲେଣି ଅନେକ କୁଖ୍ୟାତ ଆତଙ୍କୀ ।

ମାରୁଛି କିଏ?
୩ ବର୍ଷ ଭିତରେ ପାକିସ୍ତାନ ଆତଙ୍କୀଙ୍କ ଯମ ପାଲଟିଛନ୍ତି ଅଜଣା ବନ୍ଧୁକଧାରୀ
ବାଇକରେ ଆସୁଛନ୍ତି, ଗୁଳିମାଡ଼ କରୁଛନ୍ତି ଓ ଉଭାନ ହୋଇଯାଉଛନ୍ତି
ଆହତ ଓ ନିହତ ହୋଇଛନ୍ତି ଲସ୍କର, ଜୈସ ଓ ହିଜବୁଲ ମୁଜାହିଦ୍ଦୀନ ଆତଙ୍କୀ
କିଏ ମାରୁଛି ଓ କାହିଁକି ମାରୁଛି ଏବେ ବି ରହସ୍ୟ ଘେରରେ ରହିଛି
ପୂର୍ବରୁ ଗୁଳିର ଶିକାର ହୋଇଛନ୍ତି ମହମ୍ମଦ ତାହିର ଅନୱର, ଅବୁ କତଲ୍ ସିନ୍ଧି
ମୁଫ୍ତି କାସିର୍ ଫାରୁକ, ସାହିଦ ଲତିଫ୍, ଖ୍ୱାଜା ସାହିଦ, ଆକ୍ରମ୍ ଖାନ୍ ଗାଜି












Click it and Unblock the Notifications