For Quick Alerts
Turn On Notification  
For Daily Alerts
Oneindia App Download

ବିଶ୍ଵ ସ୍ଵାସ୍ଥ୍ୟ ଦିବସ ରେ ଉତ୍କଳ ବିଶ୍ଵବିଦ୍ୟାଳୟର ଛାତ୍ର/ଛାତ୍ରୀଙ୍କ ଦ୍ୱାରା ସ୍ଵାସ୍ଥ୍ୟ ସଚେତନତା ଓ ରକ୍ତଦାନ ଶିବିର

ବିଶ୍ଵ ସ୍ଵାସ୍ଥ୍ୟ ଦିବସ ରେ ଉତ୍କଳ ବିଶ୍ଵବିଦ୍ୟାଳୟର ସାମାଜିକ କାର୍ଯ ବିଭାଗ (MSW) ଓ ଜନ ସ୍ଵାସ୍ଥ୍ୟ ବିଭାଗ (MPH) ଛାତ୍ର/ଛାତ୍ରୀ ଙ୍କ ଦ୍ୱାରା ସ୍ଵାସ୍ଥ୍ୟ ସଚେତନତା ଓ ରକ୍ତଦାନ ଶିବିର

|

ଚଣ୍ଡୀଖୋଲ : ଉତ୍କଳ ବିଶ୍ଵବିଦ୍ୟାଳୟ ନୂତନ ପରିସର (ଗ୍ରାମୀଣ) ଶାଖା ର ସାମାଜିକ କାର୍ଯ୍ୟ ବିଭାଗ (MSW) ଓ ଜନ ସ୍ଵାସ୍ଥ୍ୟ ବିଭାଗ (MPH) ର ଛାତ୍ର/ଛାତ୍ରୀ ମାନଙ୍କ ଦ୍ୱାରା ଏନ୍.ସି.ସି ୟୁନିଟ୍ ର ସାହାୟତରେ ବାବା ଭୈରବାନନ୍ଦ ସ୍ଵୟଂଶାସିତ ମହାବିଦ୍ୟାଳୟ, ଚଣ୍ଡୀଖୋଲ ପରିସର ରେ ବିଶ୍ଵ ସ୍ଵାସ୍ଥ୍ୟ ଦିବସ ଆୟୋଜିତ ହୋଇଯାଇଛି । ବିଶ୍ଵ ସ୍ଵାସ୍ଥ୍ୟ ଦିବସକୁ ସଫଳ ରୂପାୟନ କରିବା ପାଇଁ ଛାତ୍ର/ଛାତ୍ରୀ ମାନେ ଏକ ରକ୍ତଦାନ ଶିବିର ଓ ଏକ ସ୍ଵାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଉକ୍ତ ରକ୍ତଦାନ ଶିବିରରେ 46 ଜଣ ସ୍ଵେଚ୍ଛାସେବୀ ରକ୍ତଦାନ କରିଛନ୍ତି ।

Blood-Donation-Camp

ଶ୍ରୀରାମ ଚନ୍ଦ୍ର ଭଞ୍ଜ (SCB) ମେଡ଼ିକାଲ କଲେଜ, କଟକ-ରକ୍ତ ଭଣ୍ଡାରର କାର୍ଯକର୍ତ୍ତାଙ୍କ ସହାୟତାରେ ଏହି ଶିବିର କରାଯାଇଥିଲା । ଅନ୍ୟ ଏକ ସ୍ଵାସ୍ଥ୍ୟ ସଚେତନତା କାର୍ଯକ୍ରମରେ 200 ରୁ ଅଧିକ ଛାତ୍ର/ଛାତ୍ରୀଙ୍କୁ ସଂକ୍ରମଣ ଓ ଅଣସଂକ୍ରମଣ ରୋଗ, ସ୍ଵାସ୍ଥ୍ୟ ସଚେତନତା, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଓ ଉତ୍ତମ ସ୍ଵାସ୍ଥ୍ୟ ଗଠନର ଆବଶ୍ୟକତା ଓ ଲାଭ ଉପରେ ଅତିଥି ମାନଙ୍କ ଦ୍ବାରା ଆଲୋକପାତ କରାଯାଇଥିଲା ।

ଏହି ସଚେତନତା କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ ଉତ୍କଳ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଓ ମୁଖ୍ୟ ବକ୍ତା ଭାବେ ଡଃ. ରଶ୍ମୀରଞ୍ଜନ ପଶାୟତ (ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ବଡଚଣା) ଯୋଗଦାନ କରିଥିଲେ । କାର୍ଯକ୍ରମର ସମ୍ମାନିତ ଅତିଥି ଭାବେ ଉତ୍କଳ ବିଶ୍ଵବିଦ୍ୟାଳୟର ପ୍ରଫେସର ବସନ୍ତ କୁମାର ମଲ୍ଲିକ (ଚେୟାରମ୍ୟାନ, ପି.ଜି.କାଉନସିଲ୍), ପ୍ରଫେସର ସଞ୍ଜୟ ଆଚାର୍ଯ୍ୟ (ଓ. ଏସ. ଡି.), ଡଃ. ଅଳକାନନ୍ଦା ପରିଡା (ଡି.ଏସ. ଡବ୍ଲୁ) ଓ ଡଃ. ହିମାଂଶୁ ଶେଖର ରାଉତ (କୋର୍ସ କୋଡିନେଟର) ଓ ବାବା ଭୈରବାନନ୍ଦ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧକ୍ଷ୍ୟ ଡଃ. ବିରେନ୍ଦ୍ର କୁମାର ମିଶ୍ର ଯୋଗଦାନ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବିଶ୍ଵବିଦ୍ୟାଳୟର ଉଭୟ ବିଭାଗର ଅଧ୍ୟାପକ/ଅଧ୍ୟାପିକା, ଡଃ. ତନୟା ମହାନ୍ତି, ଡଃ. ପ୍ରଫୁଲ୍ଲ କୁମାର ସ୍ବାଇଁ, ଡଃ. ପ୍ରିୟଙ୍କା ଖୁରାନା ଓ ଡଃ.ବିଜୟଲକ୍ଷ୍ମୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯକ୍ରମ ଆୟୋଜନର ଭାର ଅଧ୍ୟାପକ ଡଃ. ଜଗତବନ୍ଧୁ ମହାପାତ୍ର ଓ ଶ୍ରୀ ପ୍ରଦୀପ କୁମାର ସାହୁ ବହନ କରିଥିଲେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Blood Donation Camp And Health Camp At Chandikhol by Utkal University Students
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X