ବନ୍ଧା ହେଲେ ବ୍ଲାକ୍ ଜ୍ୟାକେଟ୍ ଗ୍ୟାଙ୍ଗ୍ ସଦସ୍ୟ, ଅମିତି କରୁଥିଲେ ଲୁଟପାଟ୍
ଭୁବନେଶ୍ୱର: ପୋଲିସ୍ ହାତରେ ଲାଗିଛନ୍ତି କୁଖ୍ୟାତ ବ୍ଲାକ୍ ଜ୍ୟାକେଟ୍ ଗ୍ୟାଙ୍ଗ । ରାଜଧାନୀରେ ଲୁଟପାଟ୍ ଓ ଆତଙ୍କ ଖେଳାଇଥିବା ଏହି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି କମିଶନରେଟ୍ ପୋଲିସ୍ ।
ଗ୍ୟାଙ୍ଗର ମୁଖ୍ୟ କାର୍ପଟଦାର ସନ୍ତୋଷ ନାୟକ ଓ ତାର ତିନି ସହ ଯୋଗୀକୁ ଗିରଫ କରିଛି ପୋଲିସ୍ । ଗିରଫ ଅଭିଯୁକ୍ତଙ୍କ ଠାରୁ 4ଶହ ଗ୍ରାମ ଓଜନର 30 ଟି ସୁନା ଚେନ, 3 ଟି ସ୍ପିଡ୍ ବାଇକ, ଦୁଇଟି ବ୍ଲାକ ଜାକେଟ ସହ କିଛି କାଗଜପତ୍ର ଜବତ କରିଛି ପୋଲିସ୍ ।

ବିଶେଷ କରି ସହିଦ ନଗର, ନୟାପଲ୍ଲୀ, ଖାରବେଳ ନଗର, ମଞ୍ଚେଶ୍ୱର, ବଡ଼ଗଡ଼ ଏବଂ ପାହାଳ ପୋଲିସ ଷ୍ଟେସନ ଅଞ୍ଚଳରେ ଏହି ଗ୍ୟାଙ୍ଗ କାର୍ଯ୍ୟ କରୁଥିଲା ।
ସମସ୍ତ ଅଭିଯୁକ୍ତମାନେ ନୟାଗଡ଼ ଜିଲ୍ଲାରୁ ଆସି ଭୁବନେଶ୍ୱରର ବିଭିନ୍ନ ବସ୍ତି ଅଞ୍ଚଳରେ ରହୁଥିଲେ । ସେମାନେ ଏକ ନିର୍ଦ୍ଦିଷ୍ଟ ଢଙ୍ଗରେ କାମ କରୁଥିଲେ । "ବ୍ଲାକ୍ ଜ୍ୟାକେଟ୍" ଗ୍ୟାଙ୍ଗ ଭାବରେ ଚର୍ଚ୍ଚାକୁ ଆସିଥିଲେ । ଗତ 6 ମାସ ହେବ ସେମାନେ ବିଭିନ୍ନ ଲୁଟପାଟ୍ କାମରେ ଲିପ୍ତ ଥିଲେ ।
ଏମିତି କରୁଥିଲେ କ୍ରାଇମ୍...
ସେମାନେ ସମ୍ପୂର୍ଣ୍ଣ କଳା ଜ୍ୟାକେଟ୍ ଏବଂ ପ୍ୟାଣ୍ଟ ପିନ୍ଧନ୍ତି । ଅପରାଧ ଘଟାଇବା ପାଇଁ ମୋଟରସାଇକେଲ୍ ବ୍ୟବହାର କରନ୍ତି । ଗାଡିର ନମ୍ବର ପ୍ଲେଟ୍ କୁ ସ୍କ୍ରାଚ୍ କରି ଟାମ୍ପରିଂ କରନ୍ତି ଏବଂ ନମ୍ବର ପ୍ଲେଟରେ ବ୍ଲାକ୍ ଟେପ୍ ଲଗାଇ ଦିଅନ୍ତି । ସେମାନେ ସାଧାରଣତଃ ମହିଳାଙ୍କୁ ଟାର୍ଗେଟ୍ କରୁଥିଲେ । ଲୁଟିବା କ୍ଷଣି ଘଟଣାସ୍ଥଳରୁ ଫେରାର୍ ହୋଇଯାଉଥିଲେ । ଲୁଟିଥିବା ସୁନାକୁ ମଣପୁରମ୍ ଗୋଲ୍ଡ ଲୋନ୍, ଆଇଆଇଏଫ୍ଏଲ୍, ମୁଥୁଟ୍ ଫିନକର୍ପ ଆଦି ସ୍ଥାନରେ ବନ୍ଧକ ରଖି ଟଙ୍କା ଆଣୁଥିଲେ ।
ପୋଲିସ ଆଗରେ ଅଭିଯୁକ୍ତ ଏହା ସ୍ୱୀକାର କରିବା ପରେ ଗୋଲଡ ଲୋନ ସଂସ୍ଥାରେ ଚଢାଉ କରି ପୋଲିସ ସୁନା ଗହଣା ସିଜ୍ କରିଛି । ଗିରଫ ଅଭିଯୁକ୍ତଙ୍କ ନାଁରେ ରାଜଧାନୀର ବିଭିନ୍ନ ଥାନାରେ 10 ରୁ ଅଧିକ ମାମଲା ଥିବା ଜଣାପଡିଛି ।












Click it and Unblock the Notifications