ଶାବର ଶ୍ରୀକ୍ଷେତ୍ରରୁ ପୁରୀକୁ ଆସୁଛି କଳାଜିରା, ପ୍ରସ୍ତୁତ ହେବ ମହାବାହୁଙ୍କ ମହାପ୍ରସାଦ
କୋରାପୁଟ: ଶାବର ଶ୍ରୀକ୍ଷେତ୍ରରୁ ପୁରୀ ଜଗନ୍ନାଥ ମନ୍ଦିରକୁ ଆସୁଛି କଳାଜିରା ଚାଉଳ । ଏହି ଚାଉଳରେ ପ୍ରସ୍ତୁତ ହେବ ମହାପ୍ରଭୁଙ୍କ ମହାପ୍ରସାଦ । ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ଉତ୍ପାଦିତ ହୋଇଛି କୋରାପୁଟ ଜିଲ୍ଲାର କଲାଜିରା ଚାଉଳ । 12 ଜଣିଆ ଆଦିବାସୀ ମହିଳା ଦଳ କୋରାପୁଟ ଜଗନ୍ନାଥ ମନ୍ଦିରରେ କଳାଜିରା ଚାଉଳ ଅର୍ପଣ କରିବା ସହ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି । ପ୍ରଗତି ଓ ଜୈବିକ ଶ୍ରୀ କମ୍ପାନୀ ଦ୍ୱାରା ଏହି ସୁଗନ୍ଧିତ ଚାଉଳକୁ ପ୍ରସ୍ତୁତ କରାଯାଇଛି ।

ଆଜି ଶ୍ରୀମନ୍ଦିର ପ୍ରଶାସନକୁ ଏହି ଚାଉଳ ଦିଆଯିବ । ଶ୍ରୀମନ୍ଦିରରେ ପ୍ରସ୍ତୁତ ହେଉଥିବା ଭୋଗ ସମ୍ପୂର୍ଣ୍ଣ ରସାୟନିକ ସାର ମୁକ୍ତ ଶସ୍ୟରେ ପ୍ରସ୍ତୁତ ହେବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଥିବା କହିଛନ୍ତି ଆୟୋଜକ । କଳାଜିରା ଚାଉଳର ଗୁଣବତ୍ତା ଅନ୍ୟ ଚାଉଳ ଅପେକ୍ଷା ଉନ୍ନତ ମାନର । ତେଣୁ ଶ୍ରୀମନ୍ଦିର ରୋଷଶାଳାରେ ନିୟମିତ ଭୋଗ ପ୍ରସ୍ତୁତ ହେଲେ ରାଜ୍ୟର ଚାଷୀ ଉପକୃତ ହେବେ ବୋଲି କୁହାଯାଉଛି ।
ନିକଟରେ ଜିଆଇ ଟ୍ୟାଗ୍ ହାସଲ କରିଥିଲା କୋରାପୁଟ ଜିଲ୍ଲାରେ ଉତ୍ପାଦିତ କଳାଜିରା ଚାଉଳ । କୋରାପୁଟ ଜଗନ୍ନାଥ ମନ୍ଦିର ଠାରୁ 1 କ୍ୱିଣ୍ଟାଲ ଚାଉଳ ପୁରୀ ଅଭିମୁଖେ ପଠାଯାଇଛି । ଆଗକୁ ଲିଙ୍ଗରାଜ ଓ ଅନନ୍ତ ବାସୁଦେବ ମନ୍ଦିରକୁ ମଧ୍ୟ ପଠାଯିବ ବୋଲି ଉତ୍ପାଦନକାରୀ ଜୈବିକ ସଂସ୍ଥାର ଅଧିକାରୀ କହିଛନ୍ତି ।












Click it and Unblock the Notifications