9 ବର୍ଷର ସଫଳତା ବଖାଣିବାକୁ ଓଡ଼ିଶା ଆସିବେ ମୋଦୀ, ଶାହା, ରାଜନାଥ... ବିଜେପି କରିବ ଜନସମ୍ପର୍କ ଅଭିଯାନ

BJP

ଭୁବନେଶ୍ୱର : ମୋଦୀ ସରକାରକୁ ପୁରିଛି 9 ବର୍ଷ । 9 ବର୍ଷ ମଧ୍ୟରେ ସରକାରଙ୍କ ସଫଳତାର କାହାଣୀ ଲୋକଙ୍କ ପାଖରେ ପହଞ୍ଚାଇବାକୁ ବିଜେପି ଆରମ୍ଭ କରିଛି ଜନସମ୍ପର୍କ ଅଭିଯାନ । ଦଳ ଘର ଘର ବୁଲି ଲୋକଙ୍କ ପାଖରେ ଯାଇ 9 ବର୍ଷରେ ମୋଦୀ ସରକାରର ସଫଳତା ବଖାଣିବା ସହ ଲୋକଙ୍କ ସହ ଆଲୋଚନା କରିବେ । ଏହି ଅଭିଯାନରେ ଦେଶରେ 5 ଟି ବିଶାଳ ରାଲି, 500 ଜନସଭା, 600 ପ୍ରେସ୍ କନଫରେନ୍ସ କରାଯିବ । ଏଥିରେ 500 ଲୋକସଭା କ୍ଷେତ୍ର ଓ 4 ହଜାର ବିଧାନସଭା କ୍ଷେତ୍ରକୁ କଭର କରିବ ।

ଗୋଟିଏ ମାସ ଧରି ଚାଲିବାକୁ ଥିବା ମହା ଜନସମ୍ପର୍କ ଅଭିଯାନର ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ରାଜସ୍ଥାନର ଅଜମେରରୁ ଆରମ୍ଭ ହୋଇଥିବା ଏହି ଅଭିଯାନ, ଆସନ୍ତା ଜୁନ୍ 30 ତାରିଖ ପର୍ଯ୍ୟନ୍ତ ଚାଲିବ ।

ଏହି ସମୟରେ ରାଜ୍ୟ ବିଜେପି ପକ୍ଷରୁ କରାଯାଇଛି ଜୋରଦାର ପ୍ରସ୍ତୁତି । ଏହି ମହା ଜନସମ୍ପର୍କ ଅଭିଯାନ ଜରିଆରେ ଓଡ଼ିଶା ବିଜେପି 37 ହଜାର 606 ବୁଥରେ ପହଞ୍ଚିବ । 9 ବର୍ଷର ସଫଳତା ବିଷୟରେ ଜଣାଇବା ପାଇଁ ଲିଫଲେଟ୍ ବାଣ୍ଟି ଲୋକଙ୍କ ସହ ଆଲୋଚନା କରିବେ ପ୍ରାୟ 4 ଲକ୍ଷ କାର୍ଯ୍ୟକର୍ତ୍ତା ।

51 ମହାସମାବେଶ ମଧ୍ୟରୁ ଓଡ଼ିଶାରେ ହେବ 4 ମହାସମାବେଶ । ଏହି ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ଯୋଗଦେବେ । ସେହିପରି ଆଗାମୀ ନିର୍ବାଚନ ପାଇଁ କ୍ଲଷ୍ଟର ବ୍ୟବସ୍ଥା କରାଯାଇଛି । ଏହି କ୍ଲଷ୍ଟର ଅଞ୍ଚଳରେ 8ଦିନ ଓ 8 ରାତି ରହିବେ କେନ୍ଦ୍ରମନ୍ତ୍ରୀ ।
ରାଜ୍ୟରେ ମହା ଜନସମ୍ପର୍କ ଅଭିଯାନକୁ ସଫଳ କରିବା ପାଇଁ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଏକ ରାଜ୍ୟ କମିଟି ଗଠନ କରାଯାଇଛି । ରାଜ୍ୟରେ 21 ଲୋକସଭା କ୍ଷେତ୍ରକୁ ସମୁଦାୟ 6 ଟି କ୍ଲଷ୍ଟରରେ ବିଭକ୍ତ କରାଯାଇଛି । କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ, ଅର୍ଜୁନ ମୁଣ୍ଡା, ନିତ୍ୟାନନ୍ଦ ରାୟଙ୍କ ସମେତ ଓଡ଼ିଶାର 3 ଜଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ବିଶ୍ୱେଶ୍ବର ଟୁଡୁ ପ୍ରମୁଖ ଏହି ମହା ଜନସଂପର୍କ ଅଭିଯାନରେ ସାମିଲ ହେବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+