ବନ୍ଧା ହେଲେ ବ୍ଲକ୍ ଅଧ୍ୟକ୍ଷାଙ୍କ ସ୍ୱାମୀ, ମିଶନ ଶକ୍ତି କାର୍ଯ୍ୟକର୍ତ୍ତାଙ୍କୁ ମାଡ଼ ମାରିଥିଲେ
ବଲାଙ୍ଗୀର: ମିଶନ ଶକ୍ତି କାର୍ଯ୍ୟକର୍ତ୍ତାଙ୍କୁ ମାଡ଼ ମାରି ବନ୍ଧା ହେଲେ ବନ୍ଧା ହେଲେ ବ୍ଲକ୍ ଅଧ୍ୟକ୍ଷାଙ୍କ ସ୍ୱାମୀ । ବଲାଙ୍ଗୀର ତୁଷୁରାର ଗୁଡ଼ଭେଲା ବ୍ଲକ୍ ପ୍ରୋଜେକ୍ଟ କୋଡ଼ିନେଟର ବା ବିପିସିଙ୍କୁ ମାଡ଼ମରା ଘଟଣାରେ ମୁଖ୍ୟ ଅଭିଯୁକ୍ତ ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ଅଶୋକ ଦୋରା ଗିରଫ ହୋଇଛନ୍ତି । ଅଶୋକ ଦୋରାଙ୍କୁ ଜିଲ୍ଲା ବାହାରୁ ଗିରଫ କରିଛି ବଲାଙ୍ଗୀର ପୋଲିସ ।

ଅବଶ୍ୟ ଏନେଇ କୌଣସି ଔପଚାରିକ ପ୍ରତିକ୍ରିୟା ରଖିନି ବଲାଙ୍ଗୀର ପୋଲିସ । ହେଲେ ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ଗିରଫ କରିବା ପରେ ତାଙ୍କର ଡ଼ାକ୍ତରୀ ମାଇନା ହୋଇଛି । ଅଶୋକ ଦୋରା ହେଉଛନ୍ତି ଗୁଡଦ୍ଭେଲା ବ୍ଲକ୍ ଅଧ୍ୟକ୍ଷାଙ୍କ ସ୍ୱାମୀ । ଗ 10 ତାରିଖ ଦିନ ଗୁଡଭେଲା ବ୍ଲକ୍ କାର୍ଯ୍ୟାଳୟରେ ଅଶୋକଙ୍କ ସମର୍ଥକ ମିଶନ ଶକ୍ତିର ପ୍ରକଳ୍ପ ସଂଯୋଜକ ନିର୍ମଳ ଚନ୍ଦ୍ର ପ୍ରଧାନଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଥିଲା । ଏଥିରେ ମୁଖ୍ୟ ଅଭିଯୁକ୍ତ ଥିଲେ ଟିଟିଲାଗଡ଼ର ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଅଶୋକ ଦୋରା । ଏହି ମାମଲାରେ ପୂର୍ବରୁ 6 ଜଣଙ୍କୁ ଗିରଫ କରିଥିଲା ବଲାଙ୍ଗୀର ପୋଲିସ । ହେଲେ ଫେରାର ଥିଲେ ମୁଖ୍ୟ ଅଭିଯୁକ୍ତ ଅଶୋକ ଦୋରା । ଘଟଣାର 10 ଦିନ ପରେ ତାଙ୍କୁ ଗିରଫ କରିବାରେ ସଫଳ ହୋଇଛି ବଲାଙ୍ଗୀର ପୋଲିସ ।
ମିଶନ ଶକ୍ତିର ବ୍ଲକ୍ ପ୍ରକଳ୍ପ ସଂଯୋଜକ ନିର୍ମଳ ପଧାନ ଏନେଇ ତୁଷୁରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୁଲିସ୍ ମାମଲା ରୁଜୁ କରି ମାଡ ମାରିଥିବା ଅଶୋକ ଦୋରାଙ୍କ 5 ସମର୍ଥକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ହେଲେ ସେଦିନଠାରୁ ଅଶୋକ ଦୋରା ଫେରାର ହୋଇଯାଇଥିଲେ । ଆଜି ତୁଷୁରା ଥାନା ପୁଲିସ୍ ତାଙ୍କୁ ଗିରଫ କରିବାରେ ସଫଳ ହୋଉଛି । ପୂର୍ବରୁ ଅନେକ ଥର ବ୍ଲକ ଅଫିସରେ ପଶି ଦାଦାଗିରି କରି ଚର୍ଚ୍ଚାରେ ଥିଲେ ଅଶୋକ ଦୋରା । ବର୍ତ୍ତମାନ ଅଶୋକ ଦୋରାଙ୍କ ସ୍ତ୍ରୀ ବେବି ଦୋରା ଗୁଡଭେଲା ବ୍ଲକର ଅଧ୍ୟକ୍ଷା ଅଛନ୍ତି ।












Click it and Unblock the Notifications